ଅସୁରକ୍ଷିତ ଗୃହରେ ଖଇରା ସଂସ୍କୃତ ବିଦ୍ୟାଳୟ

ଖଇରା, ୧୦।୭(ଉତ୍କଳବନ୍ଧୁ ପଣ୍ଡା) : ବାଲେଶ୍ୱର ଜିଲାର ଖଇରା ବଜାରଠାରୁ ପଳସା-ଡୁଙ୍ଗୁରା ରାସ୍ତାର ମାତ୍ର ୫ଶହ ମିଟର ଆଗକୁ ଗଲେ ପଡେ ଖଇରା ସଂସ୍କୃତ ବିଦ୍ୟାଳୟ। ଖଇରା ବଜାର ପଛ ପାର୍ଶ୍ୱରେ ଥିବା ଏହି ବିଦ୍ୟାଳୟ ଦୀପତଳ ଅନ୍ଧାର ଭଳି ପ୍ରଶାସନ ନଜର ଆଢୁଆଳରେ ରହିଛି। ପାଠ ପଢିବା ପାଇଁ ଉପଯୁକ୍ତ ଶ୍ରେଣୀକକ୍ଷ ନାହିଁ କି ଖାତାପତ୍ର ରଖିବା ଲାଗି କି ଶିକ୍ଷକମାନଙ୍କ ବସିବା ପାଇଁ ଆବଶ୍ୟକ ଅଫିସ ଗୃହ ନାହିଁ। ପାଠ ପଢିବା ଏବଂ ଅଫିସ ଗୃହ ଚାଲିବା ପାଇଁ ଗୋଟିଏ ଟାଇଲ ଛପର ଝାଟିମାଟି ଘର ଏବଂ ଅନ୍ୟ ଏକ ଅସମ୍ପୂର୍ଣ୍ଣ ପକ୍କାଗୃହ ଅଛି ା ବର୍ଷା ହେଲେ ଟାଇଲ ଛପର ଘରେ ପାଣି ପଡି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ପକ୍କାଘର ଛାତରୁ ପ୍ଳାଷ୍ଟର ଖସି ରଡ ଦେଖାଗଲାଣି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିଦ୍ୟାଳୟ ଶୈଖିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଘଟଣାକ୍ରମେ କିଛି ଦିନ ତଳେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଙ୍ଗନୱାଡି ଉଦ୍‌ଘାଟନ କରିବା ପାଇଁ ବିଦ୍ୟାଳୟ ପରିସରକୁ ଆସିଥିବା ବେଳେ ବିଦ୍ୟାଳୟର ଏଭଳି ଅବସ୍ଥା ଦେଖି ଉଦ୍‌ବେଗ ପ୍ରକାଶ କରିବା ସହ ଆବଶ୍ୟକ ଶ୍ରେଣୀ କକ୍ଷ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଶିକ୍ଷକଓ ଛାତ୍ରୀଛାତ୍ରଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି।
ପ୍ରଚାର ପ୍ରସାର ଲକ୍ଷ୍ୟରେ ଖଇରା ଗାନ୍ଧୀ ଭାବେ ପରିଚିତ ଗୋବିନ୍ଦ ପଣ୍ଡା ଓ ନଗେନ୍ଦ୍ରନାଥ ମହାନ୍ତିଙ୍କ ପ୍ରଚେଷ୍ଟାରେ ଆଳଦା (ମଡାପଦା)ଠାରେ ୧୯୯୨ ମସିହାରେ ଏକ ସଂସ୍କୃତ ବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା। ହେଲେ ଆରମ୍ଭରୁ ବିଦ୍ୟାଳୟ ପ୍ରତି କାହାରି ଶୁଭ ଦୃଷ୍ଟି ପଡିନାହିଁ। ୧୯୯୨ ମସିହାରୁ ଝାଟିମାଟି ଘରେ ଆରମ୍ଭ ହୋଇଥିବା ବିଦ୍ୟାଳୟ ଅବସ୍ଥାରେ ଆଜି ବି କିଛି ପରିବର୍ତ୍ତନ ହୋଇନାହିଁ। ୧୫ବର୍ଷ ତଳେ ଯଦିଓ ନୂତନ ଘର ପାଇଁ ଦେଢଲକ୍ଷ ମିଳିଥିଲା ହେଲେ ତାହା ନିଅଣ୍ଟିଆ ହେବାରୁ ଅସମ୍ପୂର୍ଣ୍ଣ ଘରେ ପିଲା ବସିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ବର୍ତ୍ତମାନ ୬ଷ୍ଠ ଓ ୭ମ ଦୁଇଟି ଶ୍ରେଣୀ ଥିବା ବେଳେ ପିଲା ସଂଖ୍ୟା ୩୦। ଗୋଟିଏ ଶ୍ରେଣୀର ପିଲା ଛାତ ଘରେ ବସୁଥିବା ବେଳେ ଅନ୍ୟ ଶ୍ରେଣୀର ପିଲା କେତେବେଳେ ଝାଟିମାଟି ଘରେ ତ ଆଉ କେତେବେଳେ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ବସି ପାଠ ପଢୁଛନ୍ତି। ପ୍ରତ୍ୟେକ ବାତ୍ୟା ପରେ ଭଙ୍ଗା ଘର ମରାମତି ପାଇଁ ପ୍ରଧାନଶିକ୍ଷକ ସୁଦର୍ଶନ ଦାଶ ଶିକ୍ଷାବିଭାଗକୁ ଲିଖିତ ଭାବେ ଜଣାଇଥାନ୍ତି। ହେଲେ କେବେ ବି ଏହାର ମରାମତି ପାଇଁ ଦୃଷ୍ଟି ଦିଆଯାଇ ନ ଥିବା ଶିକ୍ଷକ ଦାଶ କହିଛନ୍ତି। ସେହିଭଳି ପାଚେରି ନ ଥିବାରୁ ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିମାନେ ଆଡ୍ଡା ଜମାଇଥାନ୍ତି। ସକାଳେ ପିଲାମାନେ ବିଦ୍ୟାଳୟକୁ ଆସିବା ପରେ ମଦବୋତଲ ବାହାରେ ପିଙ୍ଗିବା ପରେ ପ୍ରାର୍ଥନା କ୍ଲାସକୁ ଆସୁଥିବା ନେଇ ଛାତ୍ରୀଛାତ୍ର ପ୍ରକାଶ କରିଛନ୍ତି। ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ମିଳୁ ନ ଥିବାରୁ ଖରାଦିନରେ ପିଲାମାନଙ୍କୁ ଗରମରେ ଡହଳବିକଳ ହେବାକୁ ପଡିଥାଏ। ଏସବୁ ସମସ୍ୟା ପାଇଁ ନିକଟସ୍ଥ ଗ୍ରାମବାସୀ ପିଲା ଛାଡ଼ିବାକୁ ଅନିଛା ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସଙ୍କୁ ଯୋଗାଯୋଗ କରିବାରେ ସେ ଏ ବିଷୟରେ ଅବଗତ ନାହାନ୍ତି। ତେବେ ନିଜେ ଯାଇ ସମସ୍ୟା ସମ୍ପର୍କରେ ବୁଝି ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri