ସୌମ୍ୟଙ୍କ ଘରେ ଖଇରା ପୋଲିସ

ଖଇରା,୧୨ା୮(ଡି.ଏନ.ଏ.): ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ନବୀନ ନିବାସ ଆଗରେ ଆମତ୍ାହୁତି ଦେବାକୁ ସୌମ୍ୟଙ୍କ ପରିବାର ବର୍ଗ ଚେତାବନୀ ଦେଇଛନ୍ତି। ସେମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ଖଇରା ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଖଇରା ଥାନା ଏଏସ୍‌ଆଇ ଉପେନ୍ଦ୍ର ବେହେରା ଓ ଏଏସ୍‌ଆଇ ଠାକୁରଦାସ ମୁର୍ମୁ ବୁଧବାର ସୌମ୍ୟଙ୍କ ଘର ବେଗୁନିଆ ଗ୍ରାମକୁ ଯାଇ ବାପା ଅଭିରାମ ମହାପାତ୍ର ଓ ମା’ ତୁଳସୀ, ଭାଇ ରଞ୍ଜନଙ୍କୁ ଭେଟି ପୋଲିସ ତଦନ୍ତରେ ଆସ୍ଥା ରଖିବାକୁ ଭରସା ଦେଇଥିଲେ। ଏହା ବ୍ୟତୀତ ଆମତ୍ାହୁତି ଭଳି ସ୍ପର୍ଶକାତର ବିଷୟରୁ ବିରତ ରହିବାକୁ ବୁଝାଇ ଥିଲେ। ସୌମ୍ୟଙ୍କ ବାପା ଅଭିରାମ ମୁଖ୍ୟମନ୍ତ୍ରୀ,ପୋଲିସ ଡିଜି, ପିସିସିଏଫ୍‌ଙ୍କ ଭଳି ବିଭିନ୍ନ ଅଧିକାରୀଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ମିଳୁ ନ ଥିବାରୁ ପାରଳାଖେମୁଣ୍ଡି ପୋଲିସର ତଦନ୍ତ ଉପରେ ଭରସା କମିଯାଉଥିବା ନେଇ ଖଇରା ପୋଲିସକୁ କହିଥିଲେ। ଯଦି ନ୍ୟାୟ ନ ମିଳେ ତେବେ ସେମାନେ ସପରିବାର ନିଶ୍ଚୟ ପୂର୍ବ ନିଷ୍ପତ୍ତିରେ ଅଟଳ ରହି ନବୀନ ନିବାସ ଆଗରେ ଆମତ୍ାହୁତି ଦେବା କଥା ପୋଲିସ ଆଗରେ ଦୋହରାଇଥିଲେ।