ଆଜି କୋର୍ଟରେ ହାଜର ହେବେ ଖଗେଶ୍ୱର

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତ ୧୧ ତାରିଖରୁ ଖଗେଶ୍ୱରଙ୍କୁ ମାରାଥନ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ସୋମବାର ଇଡି ତାଙ୍କୁ କୋର୍ଟରେ ହାଜର କରିବ। ତେବେ ପୁଣି ଥରେ ତାଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଇଡି ଆବେଦନ କରିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଅର୍ଚ୍ଚନାଙ୍କ ଦାମୀ ଏଣ୍ଡେଭର କାର୍‌କୁ ଇଡି ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ନେଇ ଯାଞ୍ଚ କରିଛି। କାର୍‌ ଭିତରୁ ଗାଡ଼ିର ନମ୍ବର (ଓଡି୦୨ବିପି୨୩୨୪) ପ୍ଲେଟ ମିଳିଛି। ଅର୍ଚ୍ଚନାଙ୍କ ନାଁରେ ଏହି କାର୍‌ ପଞ୍ଜୀକୃତ ହୋଇଛି। ତେବେ ଉକ୍ତ ଏଣ୍ଡେଭର କାର୍‌କୁ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ ଘରୋଇ କଲେଜ ସମ୍ମୁଖରେ କିଏ ରଖିଲା ତାକୁ ନେଇ ରହସ୍ୟ ସୃଷ୍ଟି ହୋଇଛି। ଅର୍ଚ୍ଚନାଙ୍କ କେହି ଘନିଷ୍ଠ ସହଯୋଗୀ ଉକ୍ତ କାର୍‌ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। କିଛି ସହଯୋଗୀ ବାହାରେ ରହି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି।
ଅପରପକ୍ଷରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟରେ ୨୦୧୭ରୁ ୨୦୨୨ ମଧ୍ୟରେ ଅଢ଼େଇ କୋଟି ଟଙ୍କା ଜମା ହୋଇଥିବା ଇଡି ଜାଣିବାକୁ ପାଇଛି। ଜମା ହୋଇଥିବା ଟଙ୍କାରେ ଦାମୀ କାର୍‌ କିଣାଯାଇଥିବା କୁହାଯାଉଛି। ନାଗ-ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବା ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ବିଷୟରେ ଇଡି ପ୍ରମାଣ ପାଇଛି। ତେଣୁ ସେହି ବ୍ୟକ୍ତିମାନଙ୍କୁ ନୋଟିସ୍‌ କରି ଆର୍ଥିକ ନେଣଦେଣ କାରବାର ସଂକ୍ରାନ୍ତରେ ଇଡି ଖୋଳତାଡ଼ କରୁଛି। ନୋଟିସ୍‌ ତାଲିକାରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା, ଫୋର୍ଡ ଶୋ’ରୁମ୍‌ ମାଲିକ, ରାଜନେତା ଏବଂ ପରିବାର ସଦସ୍ୟ ଆଦି ଅଛନ୍ତି। ଏହା ଭିତରେ ଫୋର୍ଡ ଶୋ’ରୁମ୍‌ ମାଲିକଙ୍କ ପୁଅ ଓ ଅର୍ଚ୍ଚନାଙ୍କ ବାପା ସୁରେନ୍ଦ୍ର ନାଗଙ୍କୁ ଇଡି ଜେରା କରିଛି। ଅକ୍ଷୟ ପରିଜା ଇଡି ଅଫିସ ଆସି ନ ଥିଲେ ସୁଦ୍ଧା ତାଙ୍କ ଓକିଲ ପଠାଇଥିଲେ। ସବୁଠୁ ବଡ଼କଥା ହେଲା ୨ ଆଇଏଏସ୍‌ ଅଧିକାରୀ ମଧ୍ୟ ନୋଟିସ୍‌ ପାଇଛନ୍ତି। ଉଭୟ ଖୁବ୍‌ଶୀଘ୍ର ଇଡି କାର୍ଯ୍ୟାଳୟରେ ଜେରାର ସମ୍ମୁଖୀନ ହେବେ। ସେମାନେ ଅର୍ଚ୍ଚନାଙ୍କୁ କେତେ ଟଙ୍କା ଏବଂ କ’ଣ ପାଇଁ ଦେଇଛନ୍ତି ତାହାର ତଥ୍ୟ ରଖିବେ। ସେପଟେ ଜେଲ ମାନୁଆଲ ଅନୁଯାୟୀ, ଜଗବନ୍ଧୁ ଓ ଅର୍ଚ୍ଚନା ପ୍ରତି ସପ୍ତାହରେ ରବିବାର ଭେଟିବା ନିଷ୍ପତ୍ତି ଅନୁଯାୟୀ ପୁଣିଥରେ ଝାରପଡ଼ା ଜେଲରେ ଉଭୟ ଭେଟ ହୋଇ କଥାବାର୍ତ୍ତା ହେବା ସହ ପରସ୍ପରକୁ ସାନ୍ତ୍ୱନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri