ସମ୍ବଲପୁର,୭।୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲି ଯୁଯୋମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତର ବୁଢ଼ିଆକଟା ଗ୍ରାମରେ ସକାଳୁ ସକାଳୁ ଏକ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ସ୍ଥାନୀୟ ବୁଢ଼ିଆକଟା ଗ୍ରାମର ଖଗେଶ୍ବର ରଣଜିତ(୨୬) ବୋଲି ପରିଚୟ ମିଳିଛି। ସକାଳୁ ସେ ଶୌଚ ପାଇଁ ଗ୍ରାମ ନିକଟସ୍ଥ ନାଳକୁ ଯାଇଥିଲେ। ବଣୁଆ ଅଞ୍ଚଳ ହୋଇଥିବାରୁ ଏଠାରେ ହଠାତ୍ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଶୋକର ଛାୟା ଖେଳିଯାଇଥିବାବେଳେ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।