Categories: ଜାତୀୟ

ଖଦୀ ଉତ୍ସବ, ମୋଦି ଚଳାଇଲେ ଚରଖା…

ଅହମଦାବାଦ, ୨୭।୮ : ଗୁଜରାଟର ରାଜଧାନୀ ଅହମଦାବାଦରେ ଚାଲିଥିବା ଖଦୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସାବରମତିର ଏହି କୂଳ ଆଜି ଧନ୍ୟ ହୋଇଛି। ସ୍ବାଧୀନତାର ୭୫ ବର୍ଷକୁ ସ୍ମରଣ କରିବା ପାଇଁ, ୭,୫୦୦ ଭଉଣୀ ଏବଂ ଝିଅମାନେ ଏକତ୍ର ଚରଖାରେ ସୂତା କାଟି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି ।

ଦୁଇ ଦିନିଆ ଗସ୍ତରେ ଗୁଜରାଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଚରଖା ଚଳାଇ ସୂତା କାଟି ଥିଲେ। ଏହାର ୧ ମିନିଟ ୨୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।

Share