ଖଣ୍ଡଗିରି ମେଳା ପାଇଁ ତତ୍ପର ବିଏମ୍‌ସି

ଭୁବନେଶ୍ୱର,୪।୨(ବ୍ୟୁରୋ): ଐତିହାସିକ ଖଣ୍ଡଗିରି ମେଳା। ଦୀର୍ଘ ୨ବର୍ଷ ପରେ ଏହି ମେଳା ହୋଇଥିବାରୁ ଦିନକୁ ଦିନ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଉଛି। ତେବେ ମେଳାରେ ଲୋକଙ୍କ ସୁରକ୍ଷା ଓ ସ୍ବଚ୍ଛତା ଉପରେ ନଜର ରଖିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଏଥିପାଇଁ ସମସ୍ତ ପ୍ରକାରର କାର୍ଯ୍ୟକୁ ଗୁରୁତ୍ୱର ସହିତ ନେଇ ସୁଗମ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ମେଳା ପ୍ରସ୍ତୁତି ପାଇଁ ମେୟର ସୁଲୋଚନା ଦାସ ଏବଂ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ବୈଠକ ହେବା ପରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଅନୁସରଣ କରାଯାଇଛି। ପରିମଳ ପରିଚାଳନାକୁ ସ୍ବତନ୍ତ୍ର ଗୁରୁତ୍ୱ ଦେଇ ବିଏମ୍‌ସି ଏବଂ ସହଭାଗୀ ଅନୁଷ୍ଠାନ ଜାଗୃତି ଦ୍ୱାରା ୬ଟି ପର୍ଯ୍ୟାୟରେ ଦିନରାତି ପରିମଳ ସେବା ଯୋଗାଇ ଦିଆଯାଉଛି। ଏଥିସହ ସେବା ମଧ୍ୟରେ ସ୍ବଚ୍ଛସାଥିମାନେ ବୁଲି ବୁଲି ବିଭିନ୍ନ ଦୋକାନୀଙ୍କୁ ସଚେତନ କରାଉଛନ୍ତି। ଏକକ ପ୍ଲାଷ୍ଟିକ୍‌ ବ୍ୟବହାର ବିଶେଷ କରି ପଲିଥିନ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେହିପରି ସାଧୁସନ୍ଥଙ୍କ ରହଣିସ୍ଥଳକୁ ଜଳଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବାରମ୍ବାର ଶୌଚାଳୟକୁ ପରିଷ୍କାର କରାଇ ଦେୟମୁକ୍ତ ସେବା ଯୋଗାଇବା, ଭ୍ରାମ୍ୟମାଣ ଶୌଚାଳୟର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ସେବା ରହିଛି।
ଚଳିତ ବର୍ଷ ୩୨୨ଟି ଅସ୍ଥାୟୀ ଦୋକାନ କରାଯାଇ ସେମାନଙ୍କୁ ସ୍ବତନ୍ତ୍ର ପ୍ରମାଣପତ୍ର ଦିଆଯାଇଛି। ମୋବାଇଲ୍‌ ଭେଣ୍ଡରଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା କରାଯାଇଛି। ଧାର୍ଯ୍ୟ ଦେୟ ଏବଂ ପ୍ରମାଣପତ୍ର ଦେଇ ସେମାନେ ପରିଚୟ ପତ୍ର ବା ଆଇ କାର୍ଡ ପାଇଛନ୍ତି। ଅଦ୍ୟାବଧି ପ୍ରାୟ ୩୫୦ ଜଣ ମୋବାଇଲ୍‌ ଭେଣ୍ଡର ପରିଚୟ ପତ୍ର ଦେଇ ବ୍ୟବସାୟ କରୁଛନ୍ତି। ପ୍ରମାଣ ପତ୍ର ନ ଥାଇ ମେଳା ମଧ୍ୟରେ ବ୍ୟବସାୟ ନ କରିବାକୁ ଟିମ୍‌ ପ୍ରାଇଡ୍‌ ମାଧ୍ୟମରେ ସଚେତନ କରାଯାଉଛି। ମେଳା ମଧ୍ୟରେ ରହି ବିଏମ୍‌ସି ପକ୍ଷରୁ କୌଣସି ବ୍ୟବସ୍ଥା କରାଇବା କିମ୍ବା ତୁରନ୍ତ ପଦକ୍ଷେପ ନେବାପାଇଁ ଆସିଷ୍ଟାଣ୍ଟ କମିଶନର ମତ୍ୟୁଞ୍ଜୟ ମହାପାତ୍ରଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି। ସ୍ବାସ୍ଥ୍ୟ ଶିବିର ଏବଂ ପ୍ରାଥମିକ ପ୍ରତିବିଧାନ କଣ୍ଟ୍ରୋଲ୍‌ ରୁମ୍‌ରେ ନିୟମିତ ଭାବେ ଜଣେ ଡାକ୍ତର, ଜଣେ ଫାର୍ମାଶିଷ୍ଟ, ନର୍ସିଂ/ ସହାୟକ, ଆମ୍ବୁଲାନ୍ସ ସେବା ଏବଂ ପ୍ରାଥମିକ ଚିକିତ୍ସା ଔଷଧ ଇତ୍ୟାଦି ଉପଲବ୍ଧ ରହିଛି। ସାଧାରଣ ଚିକିତ୍ସା ବ୍ୟତୀତ ଏଠାରେ ବିଶେଷ ଚିକିତ୍ସା ଆବଶ୍ୟକ କରୁଥିବା ପ୍ରାୟ ୭ଜଣ ରୋଗୀଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି ଏବଂ ସମସ୍ତ ରୋଗୀ ସୁସ୍ଥ ଥିବା ଜଣାପଡ଼ିଛି। ଅପରପକ୍ଷେ ମେଳାକୁ ଆସୁଥିବା ଲୋକମାନେ ସୁବିଧାରେ ଗାଡ଼ି ପାର୍କିଂ କରିବା ପାଇଁ ବିଏମ୍‌ସି ପକ୍ଷରୁ ୫ଟି ପାର୍କିଂ ସ୍ଥଳ ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ଏକ ପାର୍କିଂସ୍ଥଳର ପ୍ରାଚୀରକୁ କେହିଜଣେ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ନଜରକୁ ଆସିବା ପରେ ଦୋଷୀକୁ ଧରିବା ପାଇଁ ବିଏମ୍‌ସି ପକ୍ଷରୁ କମିଶନରେଟ୍‌ ପୋଲିସ୍‌ ନିକଟରେ ଏତଲା ଦିଆଯାଇଛି। ଏଥିସହ ବିଏମ୍‌ସି ବ୍ୟତୀତ ଅନ୍ୟ କାହାରିକୁ ଦେୟ ନ ଦେବାକୁ ଲୋକମାନଙ୍କୁ ସଚେତନ କରାଯାଉଛି। କେହି ଯଦି ବେଆଇନ ଭାବେ ପାର୍କିଂ ଫି ଆଦାୟ କରୁଛି, ତେବେ ସେମାନଙ୍କ ପ୍ରତି କଡ଼ା ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri