ରାସ୍ତାକଡ଼ ଦୋକାନରୁ ସ୍ତ୍ରୀଙ୍କ ପାଇଁ ଚକୋଲେଟ୍‌ କିଣିଲେ କେଜିଏଫ୍‌ ଷ୍ଟାର, ହୃଦୟ ଜିଣୁଛି ସରଳତା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ୟଶ ସଫଳ ଅଭିନେତା ହୋଇଥିଲେ ହେଁ ଜଣେ ସାଧାସିଧା ମଣିଷ। ପିଲାଟି ଦିନରୁ ବହୁ ସଂଘର୍ଷ କରିଛନ୍ତି ସେ। ବୋଧହୁଏ ସେଥିଲାଗି ସେ ଶୀର୍ଷରେ ଥାଇ ବି ପୁରୁଣା ଦିନକୁ ଭୁଲିନାହାନ୍ତି। ଏବେ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ ରାସ୍ତାକଡ଼ର ଏକ ଦୋକାନରୁ କିଛି କିଣୁଥିବା ଦେଖାଯାଉଛି। ଫଟୋଟି ଇଣ୍ଟରନେଟ୍‌ରେ ବେଶ ଭାଇରାଲ ହେଉଛି।

ସୁପରଷ୍ଟାର ହେତୁ ସାଧାରଣରେ ବୁଲିବା ପ୍ରାୟ ନା ବୋଲି କହିପାରିବା। କାରଣ ସବୁଆଡେ ପ୍ରଶଂସକଙ୍କ ଗହଳି ମୁଣ୍ଡବିନ୍ଧାର କାରଣ ପାଲଟିପାରେ। ହେଲେ କନ୍ନଡ ସୁପରଷ୍ଟାର ୟଶ ପରିବାର ସହ ଶିରାଲୀର ଭଟକଲରେ ଚିତ୍ରପୁରା ମଠ ମନ୍ଦିରକୁ ଯାଇଥିଲେ। ସେଠାରେ ପ୍ରଶଂସକ ତାଙ୍କୁ ଏକ ରାସ୍ତାକଡ଼ର ଦୋକାନରେ ଦେଖିଥିଲେ। କେଜିଏଫ୍‌ ଷ୍ଟାର ତାଙ୍କ ସ୍ତ୍ରୀ ରାଧିକାଙ୍କ ଲାଗି ଚକୋଲେଟ୍‌ କିଣୁଥିଲେ। ଏହା ଦେଖି ପ୍ରଶଂସକଜଣଙ୍କ ଫଟୋଟିଏ ଉଠାଇନେଇଥିଲେ, ଯାହାକି ଏବେ ଭାଇରାଲ ହେଉଛି। ତାଙ୍କର ସାଧାପଣକୁ ଦେଖି ଅନେକ ପ୍ରଶଂସା କରୁଛନ୍ତି।

Share