ଏହି ଦିନ ରିଲିଜ ହେବ ‘କେଜିଏଫ୍‌ ଚାପ୍ଟର-୩’

ମୁମ୍ବାଇ: ୟଶ ଷ୍ଟାରର ‘କେଜିଏଫ୍‌ ଚାପ୍ଟର-୨’ ୨୦୨୨ରେ ସର୍ବାଧିକ ଆୟ କରିଥିଲା। ପାନ ଇଣ୍ଡିଆ ଏହି କନ୍ନଡ ଫିଲ୍ମ ଦେଶ ତଥା ବିଦେଶରେ ବିପୁଳ ଅର୍ଥ ସଂଗ୍ରହ କରିଥିଲା। ରକି ଭାଇଙ୍କ ଆକ୍ସନରେ ବିମୋହିତ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କର ତୃତୀୟ ପାର୍ଟକୁ ବି ଅପେକ୍ଷା କରିଛନ୍ତି। ତେବେ ୟଶଙ୍କ ଜନ୍ମଦିନ ଅବସରରେ, କେଜିଏଫ୍‌-୩ ସମ୍ପର୍କରେ ଏଭଳି ଏକ କଥା ଜାଣିବାକୁ ମିଳିଛି। ଯାହା ଶୁଣିଲେ ୟଶଙ୍କ ପ୍ରଶଂସକମାନେ ଟିକେ ନିରାଶ ହେବେ।

ହମ୍ବଲ ଫିଲ୍ମସର ପ୍ରତିଷ୍ଠାତା ବିଜୟ କିର୍‌ଗନ୍ଦୁର ନିକଟରେ କହିଛନ୍ତି, ‘କେଜିଏଫ୍‌ ଚାପ୍ଟର-୩’ର କାମ ଆରମ୍ଭ ହୋଇଛି। କେଜିଏଫ୍‌ ୧ ୨୦୧୮ରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ଏହା ସୁପରଡୁପର ହୋଇଥିଲା। ଏହାର ୪ ବର୍ଷ ପରେ କେଜିଏଫ୍‌ ଚାପ୍ଟର-୨ ଫ୍ରାଞ୍ଚାଇଜ୍‌କୁ ଏକ ବ୍ରାଣ୍ଡରେ ପରିଣତ କଲା। କାରଣ ଏହା ବିଶ୍ୱରେ ୧୨୦୦ କୋଟି ଅତିକ୍ରମ କରିଥିଲା। ଦର୍ଶକଙ୍କ ଏତେ ଭଲପାଇବା ସହିତ, ୟଶଙ୍କ ବ୍ୟତୀତ ଆଉ କିଏ ରକିଙ୍କ ଭୂମିକାରେ କଳ୍ପନା କରିବା କଷ୍ଟକର। ମାତ୍ର ହମ୍ବଲ ଫିଲ୍ମର ବିଜୟ କିର୍‌ଗନ୍ଦୁର ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି।

ବିଜୟ କହିଛନ୍ତି, କେଜିଏଫ୍‌ ଚାପ୍ଟର ୩ ପାଇଁ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସମ୍ପ୍ରତି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ବ୍ୟସ୍ତ ଅଛନ୍ତି। ତେଣୁ ବିଳମ୍ବ ହେଉଛି। ସେ କହିଛନ୍ତି ପାର୍ଟ ୩, ୨୦୨୫ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। କେବଳ ଏତିକି ନୁହେଁ, ୫ଟି ଭାଗରେ କେଜିଏଫ୍‌ ପ୍ରସ୍ତୁତ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଥିବା କୁହାଯାଇଛି।

Share