ବଢୁଛି କ୍ରେଜ୍‌, ଜାଣନ୍ତୁ ଦ୍ୱିତୀୟ ଦିନରେ କେତେ ଆୟ କରିଛି ‘କେଜିଏଫ୍‌-୨’

ଫିଲ୍ମ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ ମଧ୍ୟ କରିଥିଲା ଏହି ଫିଲ୍ମ। ତେବେ ପ୍ରଥମ ଦିନରେ ଫିଲ୍ମଟି ବକ୍ସ ଅଫିସରେ ୧୬୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ହିନ୍ଦୀ ଭର୍ସନରେ ୯୫ କୋଟିରୁ ଅଧିକ ରୋଜଗାର କରିବ ବୋଲି ଆଶା କରାଯାଉଛି ।
ଏକାଧିକ ଥର ସ୍ଥଗିତ ହେଲା ପରେ ଏପ୍ରିଲ ୧୪ରେ ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲମ ଭାଷାରେ ରିଲିଜ୍‌ ହୋଇଛି। ଏହା ହେଉଛି ପ୍ରଥମ କନ୍ନଡ ସିନେମା ଯାହା ଆଇମାକ୍ସରେ ମୁକ୍ତିଲାଭ କରିଛି।
ସିନେମାରେ ଫିଲ୍ମ ଷ୍ଟାର୍‌ ୟଶଙ୍କ ସହ ସଞ୍ଜୟ ଦତ୍ତ, ଶ୍ରୀନିଧି ସେଟ୍ଟୀ, ରବିନା ଟଣ୍ଡନ ଏବଂ ପ୍ରକାଶ ରାଜ ଅଭିନୟ କରଛନ୍ତି। ୨୦୧୮ରେ ‘କେଜିଏଫ-୧’ ମୁକ୍ତିଲାଭ କରିଥିବା ବେଳେ ଏହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ।

Share