ଓଟିଟିରେ ରିଲିଜ୍‌ ପରେ ବି ହଲ୍‌କୁ ଯାଉଛନ୍ତି ଦର୍ଶକ

ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍‌ ଚ୍ୟାପ୍ଟର ୨ ’ ରିଲିଜ୍‌ ହେବା ଠାରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ବକ୍ସ ଅଫିସରେ ୧୨୨୧କୋଟି ଟଙ୍କା ଆୟ କରିଥିବା କୁହାଯାଉଛି। ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇସାରିଥିବା ବେଳେ ଦର୍ଶକ ହଲ୍‌ରେ ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ରିଲିଜ୍‌ର ୬ ସପ୍ତାହ ପରେ ବି ‘କେଜିଏଫ ୨’ ବକ୍ସ ଅଫିସରେ ପ୍ରତିଦିନ ତା’ର କଲେକ୍ସନ ଜାରି ରଖିଛି । ଫିଲ୍ମକୁ ପ୍ରଶାନ୍ତ ନୀଲ ନିର୍ଦ୍ଦେଶନା ଦେଇଛନ୍ତି। ୟଶଙ୍କ ବ୍ୟତିତ ଶ୍ରୀନିଧି ସେଟ୍ଟୀ, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ,ଅନନ୍ତ ନାଗ, ପ୍ରକାଶ ରାଜ ପ୍ରମୁଖ ଆଦି ଫିଲ୍ମରେ ନଜର ଆସିଛନ୍ତି। ଫିଲ୍ମଟି କନ୍ନଡ ସମେତ ତେଲୁଗୁ, ତାମିଲ, ମାଲାୟାଲାମ ଏବଂ ହିନ୍ଦୀ ଭାଷାରେ ରିଲିଜ୍‌ ହୋଇଛି।

Share