ରିଲିଜକୁ ୪ ସପ୍ତାହ ପରେ ବି କମିନି କେଜିଏଫ୍‌ -୨ କ୍ରେଜ୍‌

ଫିଲ୍ମ କେଜିଏଫ୍‌ -୨ ବର୍ତ୍ତମାନ ଅଧିକ ଚର୍ଚ୍ଚାରେ ରହିଛି। ଫିଲ୍ମ ରିଲିଜକୁ ୪ ସପ୍ତାହ ହୋଇଥିଲେ ସୁଦ୍ଧା ଏହାର କ୍ରେଜ୍‌ କମି ନାହିଁ। ଫିଲ୍ମଟି ୧୦୦ କୋଟି, ୨୦୦କୋଟିକୁ ଅତିକ୍ରମ କରି ବର୍ତ୍ତମାନ ୪୦୦କୋଟି କ୍ଲବ୍‌ରେ ସାମିଲ ହୋଇଛି । ବିଶେଷ କରି ଦିଲ୍ଲୀ, ୟୁପି , ବିହାର ଓ ପଞ୍ଜାବରେ ଫିଲ୍ମକୁ ବହୁ ସଂଖ୍ୟାରେ ଲୋକେ ଦେଖିବାକୁ ଯାଉଛନ୍ତି। ୪ର୍ଥ ସପ୍ତାହର କଥା ଯଦି କହିବା ଏହାର କଲେକ୍ସନ ଟ୍ରେଡ ଆନାଲିଷ୍ଟ ଓ କ୍ରିଟିକ୍ସଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି ।
କେଜିଏଫ ୪ର୍ଥ ସପ୍ତାହର ଶୁକ୍ରବାରକୁ ୩.୮୫କୋଟି, ଶନିବାର ୪.୭୫କୋଟି ଓ ରବିବାର ୬.୨୫ କୋଟି ଟଙ୍କାର କଲେକ୍ସନ କରିଛି । ଏହିପରି ହିନ୍ଦୀ ଭର୍ସନ ଏବେସୁଦ୍ଧା ମୋଟ ୪୧୨.୮୦କୋଟି ଟଙ୍କାର ବ୍ୟବସାୟ କରି ସାରିଛି ।

Share