Posted inଖେଳ

IPL2025: ଆଇପିଏଲ୍‌ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଏହି ଭେଟେରାନଙ୍କ ଏଣ୍ଟ୍ରି, ମିଳିଲା ଏହି ଦାୟିତ୍ୱ 

ନୂଆଦିଲ୍ଲୀ,୨୭।୨: IPL 2025 ଆରମ୍ଭ ହେବାକୁ ଏକ ମାସରୁ କମ ସମୟ ବାକି। ଏହାପୂର୍ବରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସେନଙ୍କୁ  ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ କରିଛି। ଫ୍ରାଞ୍ଚାଇଜ ତାଙ୍କୁ ନୂତନ ସିଜିନ ପାଇଁ ନିଜର ମେଣ୍ଟର କରିଛି। ଏନେଇ ଦଳ ଏହାର ଆପ୍‌ରେ ଘୋଷଣା କରିଛି।
ପିଟରସେନଙ୍କ ନାମ ଘୋଷଣା କରି ଫ୍ରାଞ୍ଚାଇଜ ସୋସିଆଲ ମିଡିଆରେ ଲେଖିଛି, ‘Go to DC Fan sabha App, ଜଣେ ଦିଲ୍ଲୀର ପୁରୁଣା ଲୋକ ଫେରି ଆସିଛନ୍ତି।’ ତେବେ IPLରେ ପିଟରସେନ ଦିଲ୍ଲୀ ଦଳ ପାଇଁ ଖେଳିବା ସହିତ ଏହାର ଅଧିନାୟକ ମଧ୍ୟ ହୋଇଥିଲେ। ଏବେ ପ୍ରଥମ ଥର ପାଇଁ, ସେ ଏହି ଟୁର୍ନାମେଣ୍ଟରେ ମେଣ୍ଟର ଭୂମିକାରେ ନଜର ଆସିବେ।
ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୫ ପାଇଁ ହେମାଙ୍ଗ ବଦାନୀଙ୍କୁ ମୁଖ୍ୟ ପ୍ରଶିକ୍ଷକ(ହେଡ୍‌ କୋଚ୍‌) ଭାବରେ ନିଯୁକ୍ତ କରିଛି।
ସେହିପରି ଇଂଲଣ୍ଡର ଧଳା ବଲ ପ୍ରଶିକ୍ଷକ ଥିବା ମାଥ୍ୟୁ ମଟ ସହାୟକ ପ୍ରଶିକ୍ଷକ ଭୂମିକାରେ ଦେଖାଯିବେ, ଯେତେବେଳେ ଫ୍ରାଞ୍ଚାଇଜ ଭାରତର ଅଭିଜ୍ଞ ପେସର ମୁନାଫ ପଟେଲଙ୍କୁ ବୋଲିଂ ପ୍ରଶିକ୍ଷକ ଭାବରେ ବାଛିଚି। ଏହା ବ୍ୟତୀତ ଭେଣୁଗୋପାଳ ରାଓ କ୍ରିକେଟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ଏବେ ୪୪ ବର୍ଷୀୟ କେଭିନ ପିଟରସେନ ମଧ୍ୟ ଏହି ପ୍ରଶିକ୍ଷକ ଦଳରେ ପ୍ରବେଶ କରିଛନ୍ତି। ପିଟରସେନ ୨୦୧୪ ସିଜିନରେ ଏହି ଦଳ ପାଇଁ ଖେଳାଳି ଏବଂ ଅଧିନାୟକ ଭାବରେ ଖେଳିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨ଟି ମ୍ୟାଚ ଜିତିପାରିଥିଲା।
ପିଟରସେନ ୨୦୦୯ ମସିହାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ୍‌ରେ ଡେବ୍ୟୁ କରିଥିଲେ। ସେ ଶେଷ ଥର ପାଇଁ ଏହି ଟୁର୍ନାମେଣ୍ଟରେ ୨୦୧୬ ସିଜିନରେ ରାଇଜିଂ ପୁଣେ ସୁପରଜିଆଣ୍ଟସ ପାଇଁ ଖେଳିଥିଲେ। ଏହି ଲିଗରେ ଖେଳୁଥିବା ସମୟରେ ସେ ୩ ଫ୍ରାଞ୍ଚାଇଜ ପକ୍ଷରୁ ଖେଳିିଥିଲେ। IPL ବ୍ୟତୀତ ସେ ପାକିସ୍ତାନ ସୁପର ଲିଗ୍‌, ବିଗ୍‌ ବାଶ ଲିଗ୍‌ ଏବଂ କାରିବିଆନ୍‌ ପ୍ରିମିୟର ଲିଗ୍‌ରେ ମଧ୍ୟ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri