୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି ପରିବର୍ତ୍ତନ କରନ୍ତି। ତେଣୁ ତାଙ୍କ ଗୋଚରର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିଥାଏ ବୋଲି ବିଶ୍ୱାସ ରହିଛି। ବର୍ତ୍ତମାନ କେତୁ ସୂର୍ଯ୍ୟଙ୍କ ରାଶି ସିଂହରେ ଅବସ୍ଥାନ କରୁଛନ୍ତି। ତେବେ ୨୦୨୬ ମସିହା ଶେଷ ଭାଗରେ ସେ ଚନ୍ଦ୍ରଙ୍କ ସ୍ବାମିତ୍ୱ ଥିବା କର୍କଟ ରାଶିରେ ପ୍ରବେଶ କରିବେ। ୫ ଡିସେମ୍ବର ୨୦୨୬ରେ କେତୁ କର୍କଟ ରାଶିକୁ ଗୋଚର କରିବେ। ଜ୍ୟୋତିଷ ମତ ଅନୁସାରେ, କେତୁ ଓ ଚନ୍ଦ୍ରଙ୍କ ଏହି ସ୍ଥିତି କେତେକ ରାଶିଙ୍କ ପାଇଁ ମାନସିକ ଶାନ୍ତି, ଧୈର୍ଯ୍ୟ ଓ ସ୍ଥିରତା ଆଣିପାରେ। ଜୀବନରେ ଚାଲିଥିବା କିଛି ସମସ୍ୟା କମିବା ସହ ସକାରାତ୍ମକ ପରିବର୍ତ୍ତନ ଆସିପାରେ ବୋଲି ଜ୍ୟୋତିଷୀମାନେ ମତ ଦେଇଛନ୍ତି।

କର୍କଟ ରାଶିରେ କେତୁଙ୍କ ଗୋଚର ହେବାରୁ ଏହି ରାଶିର ଲୋକଙ୍କୁ ମନପସନ୍ଦ ଲାଭ ମିଳିପାରେ ବୋଲି ଜ୍ୟୋତିଷ ମତରେ କୁହାଯାଉଛି। ଏହି ସମୟରେ ଆପଣ ପୂର୍ବ ଅପେକ୍ଷା ଅଧିକ ଧୈର୍ଯ୍ୟଶୀଳ ହୋଇପାରନ୍ତି। କଠିନ ପରିସ୍ଥିତିକୁ ଭଲ ଭାବରେ ସମ୍ଭାଳିବାର କ୍ଷମତା ମଧ୍ୟ ବଢ଼ିପାରେ। ପ୍ରେମ ସମ୍ପର୍କରେ ମଧ୍ୟ ଭଲ ଖବର ମିଳିପାରେ। ଆପଣଙ୍କ କ୍ରଶ କିମ୍ବା କୌଣସି ବିଶେଷ ବ୍ୟକ୍ତିଙ୍କ ସହ ବନ୍ଧୁତା ଆଗକୁ ବଢ଼ିପାରେ। ବ୍ୟବସାୟୀଙ୍କ ପାଇଁ ନୂଆ ପ୍ରକାରର ସମ୍ପର୍କ ଓ ଯୋଗାଯୋଗ ଲାଭଦାୟକ ହୋଇପାରେ। ମାନସିକ ଦୃଷ୍ଟିରୁ ମଧ୍ୟ ଆପଣ ନିଜକୁ ଅଧିକ ଶକ୍ତିଶାଳୀ ଅନୁଭବ କରିପାରନ୍ତି। ଏହା ସହ ଦୀର୍ଘଦିନ ଧରି ଅଟକି ରହିଥିବା କିଛି କାମରେ ଗତି ଆସିପାରେ। ଜୀବନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେବାର ସମ୍ଭାବନା ରହିଛି ବୋଲି ଜ୍ୟୋତିଷ ମତରେ କୁହାଯାଏ।

ଏହି ସମୟରେ କନ୍ୟା ରାଶିର ଲୋକଙ୍କୁ ଅନେକ ସମସ୍ୟାର ସମାଧାନ ମିଳିପାରେ। ଘର-ପରିବାରରେ ଖୁସି ବଢ଼ିବା ସହ ପରସ୍ପର ସମ୍ପର୍କରେ ମଧ୍ୟ ସୁଧାର ଦେଖାଯିବ। ଚାକିରି କ୍ଷେତ୍ରରେ ସହଯୋଗୀ ଓ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ, ଯାହାଫଳରେ କାର୍ଯ୍ୟକ୍ଷେତ୍ରରେ କାମ କରିବା ସହଜ ହେବ। ବିବାହ ଯୋଗ୍ୟ ଯୁବକ-ଯୁବତୀଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଜୀବନରେ କୌଣସି ବିଶେଷ ବ୍ୟକ୍ତିଙ୍କ ଆଗମନ ମଧ୍ୟ ହୋଇପାରେ। ପରିବାରରୁ କୌଣସି ଶୁଭ ଖବର ମିଳିବାରୁ ମନ ଖୁସି ରହିବ।

ଧନୁ ରାଶିର ଲୋକଙ୍କ ପାଇଁ ଏହି ସମୟ ବ୍ୟବସାୟ ଓ କ୍ୟାରିୟର ଦୃଷ୍ଟିରୁ ଭଲ ରହିପାରେ। ବ୍ୟବସାୟରେ ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନ ହେବ, ଯାହାର ଭବିଷ୍ୟତରେ ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ କୌଣସି ନୂଆ ସଫଳତା ହାସଲ କରିବାର ସୁଯୋଗ ମିଳିବ ଏବଂ ଆପଣଙ୍କ ପରିଶ୍ରମର ଫଳ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ମିଳିବାର ଯୋଗ ମଧ୍ୟ ରହିଛି। କୌଣସି ଯୋଜନା ମାଧ୍ୟମରେ ଲାଭର ନୂଆ ରାସ୍ତା ଖୋଲିପାରେ। କଳା କ୍ଷେତ୍ରରେ ଆପଣଙ୍କ ସମସ୍ତ ପ୍ରୟାସ ସଫଳ ହେଉଥିବା ଦେଖାଯିବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆଗକୁ ବଢ଼ିବାର ନୂଆ ସୁଯୋଗ ମଧ୍ୟ ମିଳିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

ଅମାନିଆ ବାଇକ ଚାଳକଙ୍କୁ ସାବଡ଼ କଲା ଦାରିଙ୍ଗବାଡି ପୋଲିସ, ୮ ବାଇକ ଜବତ

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ପାର୍ବଣ ଋତୁ ପାଇଁ ବଜାର ଚଳ ଚଞ୍ଚଳ ରହିଛି । ବଜାର ଛକରେ ଏକାଧିକ ଗଣେଶ ମେଢ଼ ରହିଥିବା ବେଳେ ଭିଡ଼ ଲାଗି ରହିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?