କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର ଏହି ନକ୍ଷତ୍ର ପାଦ ଗୋଚର ୩ ଅକ୍ଟୋବରରୁ ହୋଇ ସାରିଛି। କେତୁଙ୍କ ନକ୍ଷତ୍ର ପାଦ ପରିବର୍ତ୍ତନ ଯୋଗୁଁ ଅନେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁଙ୍କର ଏହି ଗୋଚର ୪ଟି ରାଶି ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହେବ ଏବଂ ଏହି ରାଶିର ଲୋକମାନଙ୍କୁ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ।
କର୍କଟ ରାଶିର ବ୍ୟକ୍ତିମାନଙ୍କୁ କେତୁଙ୍କ ନକ୍ଷତ୍ର ପାଦ ଗୋଚରରୁ ଲାଭ ମିଳିବ। କେତୁଙ୍କ ସ୍ଥିତିରେ ପରିବର୍ତ୍ତନ ଯୋଗୁଁ ଆପଣମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇପାରେ। ଚାକିରି କରୁଥିବା ଲୋକ ଏବଂ ବ୍ୟବସାୟୀ ଉଭୟଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। କର୍କଟ ରାଶିର ଲୋକଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାରରେ ସୁଖ-ଶାନ୍ତି ଫେରିଆସିବ।
ଆର୍ଥିକ ଦୃଷ୍ଟିକୋଣରୁ କନ୍ୟା ରାଶିର ଲୋକଙ୍କ ପାଇଁ ଏହି ସମୟ ଖୁବ ଭଲ ରହିବ। କେତୁ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଆସିବା ଫଳରେ ଆପଣଙ୍କ କ୍ୟାରିୟରରେ ଉନ୍ନତି ଘଟିବ। ମନସ୍କାମନା ପୂରଣ ହେବ। ଯଦି ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି, ତେବେ ଏଥିରେ ସଫଳତା ମିଳିପାରେ ଏବଂ କୌଣସି ବଡ଼ କମ୍ପାନୀରୁ ଚାକିରି ପ୍ରସ୍ତାବ ଆସିପାରେ। ତେବେ ଆପଣଙ୍କୁ ନିଜ ସୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
କେତୁଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ବିଛା ରାଶିର ବ୍ୟକ୍ତିବିଶେଷ ଲାଭବାନ ହେବେ। ଅଧୁରା ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ। ବ୍ୟବସାୟୀ ତଥା ଚାକିରିଆମାନଙ୍କ ପାଇଁ ସମୟ ଭଲ ରହିବ। ପୁଞ୍ଜି ନିବେଶ ପାଇଁ ଏହା ଅନୁକୂଳ ସମୟ, ଯାହା ଦ୍ୱାରା ଉତ୍ତମ ଆର୍ଥିକ ଲାଭ ମିଳିପାରିବ; କିନ୍ତୁ ଭାବିଚିନ୍ତି ନିବେଶ କରିବା ଉଚିତ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ହାସଲ କରିବେ ଏବଂ ଜୀବନରୁ ମାନସିକ ଚାପ ହ୍ରାସ ପାଇବ।
କେତୁଙ୍କ ନକ୍ଷତ୍ର ପାଦ ଗୋଚର ପ୍ରଭାବରେ ଧନୁ ରାଶିର ଲୋକଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ଆପଣମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। କ୍ୟାରିୟର ଏବଂ ପାରସ୍ପରିକ ସମ୍ପର୍କ ଦୃଷ୍ଟିରୁ ଏହି ସମୟ ବେଶ ଭଲ ରହିବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି (ପ୍ରମୋସନ) ମିଳିପାରେ। ବ୍ୟବସାୟୀମାନଙ୍କୁ କୌଣସି ବଡ଼ ଡିଲ ମିଳିବା ଫଳରେ ମୋଟା ଅଙ୍କର ଲାଭ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରିପାଇବାର ସମ୍ଭାବନା ରହିଛି। ସାଂସାରିକ ଜୀବନରେ ସୁଖ-ଶାନ୍ତି ଲାଭ ହେବ।