ବୈଦିକ ଜ୍ୟୋତିଷ ଅନୁସାରେ କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ। ବର୍ତ୍ତମାନ କେତୁ ମଘା ନକ୍ଷତ୍ରରେ ରହିଛନ୍ତି ଏବଂ ୫ ଡିସେମ୍ବର ପର୍ଯ୍ୟନ୍ତ ଏଠାରେ ରହିବେ। ଏହାପରେ କେତୁ ଆଶ୍ଳେଷା ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷବିଦ୍ଙ୍କ ମତରେ, ମଘା ନକ୍ଷତ୍ରରେ କେତୁଙ୍କ ଅବସ୍ଥାନ ଯୋଗୁ ମେଷ, କର୍କଟ, ସିଂହ, ଧନୁ ଓ ମୀନ ରାଶିର ଲୋକଙ୍କୁ ଲାଭ ମିଳିପାରେ।
ମେଷ ରାଶି ପାଇଁ କେତୁଙ୍କ ମଘା ନକ୍ଷତ୍ରରେ ରହିବା ଶୁଭ ଫଳ ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି। ବ୍ୟବସାୟରେ ବଡ଼ ଡିଲ ହେବା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଆୟ ବୃଦ୍ଧି ହେଲେ ମନ ମଧ୍ୟ ପ୍ରସନ୍ନ ରହିବ। ପେସାଦାର ଜୀବନ ପାଇଁ ସମୟ ଅନୁକୂଳ ରହିପାରେ।
କର୍କଟ ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ଭଲ ରହିପାରେ। ସମାଜରେ ମାନ-ସମ୍ମାନ ବଢ଼ିବାର ସମ୍ଭାବନା ରହିଛି। କେତୁଙ୍କ ପ୍ରଭାବରେ ଆତ୍ମବିଶ୍ୱାସ ଓ ସକାରାତ୍ମକତା ବଢ଼ିପାରେ। ଏହା ସହିତ ଆୟ ବୃଦ୍ଧିର ମଧ୍ୟ ଯୋଗ ରହିଛି।
ସିଂହ ରାଶି ପାଇଁ କେତୁଙ୍କ ଏହି ସ୍ଥିତି ବିଶେଷ ଭାବେ ଲାଭଦାୟକ ହୋଇପାରେ। ବିଶେଷକରି ଛାତ୍ରୀଛାତ୍ରମାନେ ଏଥିରୁ ଲାଭ ପାଇପାରନ୍ତି। ଜୀବନରେ ଚାଲିଥିବା ମାନସିକ ଚାପ କମିପାରେ। ପାଠପଢ଼ାରେ ସକାରାତ୍ମକ ଫଳ ମିଳିବା ସହ କ୍ୟାରିୟରରେ ସଫଳତାର ନୂଆ ସୁଯୋଗ ସୃଷ୍ଟି ହୋଇପାରେ।
ଧନୁ ରାଶି ପାଇଁ ମଘା ନକ୍ଷତ୍ରରେ କେତୁଙ୍କ ଅବସ୍ଥାନ ଶୁଭ ରହିପାରେ। ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି। କ୍ୟାରିୟରରେ ଉନ୍ନତି ପାଇଁ ସମୟ ଅନୁକୂଳ ହୋଇପାରେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ। ଏଥିସହ କିଛି ଆଇନଗତ ମାମଲାରେ ମଧ୍ୟ ସଫଳତା ମିଳିପାରେ।
ମୀନ ରାଶିର ଲୋକଙ୍କ ପାଇଁ କେତୁଙ୍କ ମଘା ନକ୍ଷତ୍ରରେ ରହିବା ଲାଭଦାୟକ ହୋଇପାରେ। ବିଶେଷକରି ବ୍ୟବସାୟୀମାନେ ଲାଭ ପାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପ୍ରେମ ଓ ପାରିବାରିକ ସମ୍ପର୍କ ଦୃଷ୍ଟିରୁ ମଧ୍ୟ ସମୟ ଭଲ ରହିପାରେ।