କେସିଙ୍ଗା ପରିଦର୍ଶନ କଲେ ନୂଆ ଜିଲାପାଳ

କେସିଙ୍ଗା,୨୮।୬(ଡିି.ଏନ୍‌ .ଏ.): କଳାହାଣ୍ଡି ଜିଲାର ନୂତନ ଜିଲାପାଳ ପି. ଅନ୍ବେସା ରେଡି ସୋମବାର ଦାୟିତ୍ୱ ଗ୍ରହଣ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ମଙ୍ଗଳବାର ସେ ଜୁଲାଇ ପ୍ରଥମ ସପ୍ତାହରେ ଉଡାଣ ଭରିବାକୁ ଥିବା ଉତକେଲା ଏୟାର ଷ୍ଟ୍ରିପ୍‌କୁ ଯାଇ ପରିଦର୍ଶନ କରିଥିଲେ। ସେଠାରେ ପୂର୍ତ୍ତ ବିଭାଗର ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ। ସେଠାରୁକେସିଙ୍ଗା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରିବା ସମୟରେ ସେଠାରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ବିଡିଓଙ୍କ ସହ ଅଧିକ ଆଲୋଚନା କରି ସେ ଭବାନୀପାଟଣା ଫେରି ଯାଇଥିଲେ।