କମ୍ପୁଛି କେସିଙ୍ଗା ସହର, ମା’କାଳୀଙ୍କ ଆଶୀର୍ବାଦ ନେବାକୁ ଛୁଟି ଆସୁଛନ୍ତି ଭକ୍ତ

କେସିଙ୍ଗା,୧୧ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଧୂମ୍‌ଧାମରେ ହେଉଛି ମା’ ଶ୍ୟାମାକାଳୀ ପୂଜୋତ୍ସବ। କେସିଙ୍ଗାର ମା’ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସୋମବାରଠାରୁ ଆରମ୍ଭ ୫ ଦିନ ଧରି ଅନୁଷ୍ଠିତ ହେବ। ଉକ୍ତ ପୂଜା ଚଳିତ ବର୍ଷ ୯ ବର୍ଷରେ ପହଞ୍ଚିଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ଛକରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା ଅନୁଷ୍ଠିତ ହେଉଥିବାବେଳେ ପ୍ରତିଦିନ ଭକ୍ତଙ୍କ ପାଇଁ ମାଗଣା ଭୋଗର ବ୍ୟବସ୍ଥା କରାଯାଇଛି। ମା’ ଶ୍ୟାମାକାଳୀଙ୍କ ଆଶୀର୍ବାଦ ନେବା ପାଇଁ ପ୍ରତିଦିନ ଆଳତି ସମୟରେ ପ୍ରବଳ ଭକ୍ତଙ୍କ ସମାଗମ ପରିଲକ୍ଷିତ ହେଉଛି। ଚଳିତବର୍ଷ ପୂଜା କମିଟିର ସଭାପତି ଭାବରେ ରଶ୍ମୀରଞ୍ଜନ ମିଶ୍ର ଦାୟିତ୍ୱ ନେଇଥିବା ବେଳେ ସମ୍ପାଦକ ଭାବରେ ରମେଶ ପୁଟେଲ ଦାୟିତ୍ୱ ସମ୍ପାଦନ କରୁଛନ୍ତି।

ସେହିପରି କୋଷାଧ୍ୟକ୍ଷ ଭାବରେ ମନୋଜ ସେଠୀ, କର୍ତ୍ତା ଭାବରେ ରମେଶ ପୁଟେଲ ଓ ତାଙ୍କ ଧର୍ମପତ୍ନୀ ପ୍ରତିମା ପୁଟେଲ ଓ ପୂଜକ ଭାବରେ ଅଞ୍ଚଳର ଜଣାଶୁଣା ପୂଜକ ଉମାକାନ୍ତ ଦାସ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ନବୀନ ରାଓ, ରୁପେଶ ବାଗ, ଶିବୁ ଭୋଇ, ଦୀପକ ଦଳାଇ, ଗଣେଶ ମିଶ୍ର, ଗୌତମ ପଲାଇ ପ୍ରମୁଖ ଉପସ୍ଥିତ ରହି ପୂଜାର ଅନ୍ୟାନ୍ୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି।

Dharitri – Odisha’s No.1 Odia Daily

Share