ସୁଧୁରୁନି କେସିଙ୍ଗା-ଟିଟିଲାଗଡ଼ ରାସ୍ତା ସମସ୍ୟା, ସମାଧାନ ପାଇଁ ଦାବିପତ୍ର

କେସିଙ୍ଗା,୧୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସିଟିଜେନ ଫୋରମ ପକ୍ଷରୁ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନଙ୍କୁ ୩ଦଫା ଦାବିପତ୍ର ରବିବାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସହରସ୍ଥିତ ସରକାରୀ ହାଇସ୍କୁଲ ପରିସରରେ ସିଟିଜେନ୍‌ ଫୋରମ୍‌ର ସଭାପତି ଡ.ହେମରାଜ ସାହାଙ୍କ ନେତୃତ୍ୱରେ ଏକ ବୈଠକ କରାଯାଇଥିଲା। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ନବୀନ କୁମାର ଜୈନଙ୍କୁ ନିମନ୍ତ୍ରଣ କରାଯାଇ ଥିଲା। ବିଧାୟକ ଏହି ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ପରିପେକ୍ଷୀରେ ସଙ୍ଗଠନ କେସିଙ୍ଗା-ଟିଟିଲାଗଡ଼ ରାସ୍ତା ସହିତ ଜଡିତ କେତେ ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହିତ ତା’ର ସମାଧାନ ପାଇଁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେଲନଦୀ ଉପରେ ବ୍ରିଜ ନିର୍ମାଣ ଫଳରେ କେସିଙ୍ଗା-ଟିଟିଲାଗଡ଼ ରାସ୍ତାର ଗୁରୁତ୍ୱ ବହୁ ପରିମାଣରେ ବୃଦ୍ଧି ପାଇଛି। ଖୁବ୍‌ କମ ସମୟ ମଧ୍ୟରେ କେସିଙ୍ଗା ଓ ଟିଟିଲାଗଡ଼କୁ ଯାତାୟାତ ପାଇଁ ଏହି ରାସ୍ତା ବିଶେଷ ସହାୟକ ହୋଇପାରିଛି। କିନ୍ତୁ ରାସ୍ତାର କେତେକ ସ୍ଥାନରେ ସଂକୀର୍ଣ୍ଣତା ଓ ଅତ୍ୟଧିକ ବୁଲାଣି ତଥା କତରକେଲା ଥିବା ରେଳ ଫାଟକ ସମସ୍ତ ଯାତ୍ରୀଙ୍କ ପାଇଁ ସମସ୍ୟା ଦୃଷ୍ଟି କରୁଛି। ଏହି ରାସ୍ତା ତଥା କତରକେଲାଠାରେ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଦାବି କରାଯାଇଛି।

କେସିଙ୍ଗା-ଟିଟିଲାଗଡ଼ ରାସ୍ତା ଦୁଇ ସହରର ଦୂରତ୍ୱକୁ ହ୍ରାସ କରିଛି, କିନ୍ତୁ ବର୍ତ୍ତମାନ କତରକେଲାରେ ଥିବା ରେଳ ଫାଟକ ଲୋକଙ୍କ ପାଇଁ ବଡ଼ ସମସ୍ୟା ଭାବରେ ଠିଆହୋଇଛି। ଏହି ଲାଇନରେ ଟ୍ରେନ୍‌ ଚଳାଚଳ ଅଧିକ ଥିବାରୁ ଅନେକ ସମୟରେ ଫାଟକ ବନ୍ଦ ରହୁଛି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ଟିଟିଲାଗଡ଼କୁ ଟ୍ରେନ୍‌ ଚଢ଼ିବା ପାଇଁ ଯାତ୍ରୀମାନଙ୍କ ଅସୁବିଧା ହେଉଛି। ତେଣୁ ଏହି ସ୍ଥାନରେ ବ୍ରିଜ୍‌ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି। ଏହିସ୍ଥାନରେ ଓଭରବ୍ରିଜ ନିର୍ମାଣ ପାଇଁ ସଙ୍ଗଠନର ସଭାପତି ଡ. ହେମ ସାଗର ସାହା କିଛି ଦିନ ତଳେ ମାନ୍ୟନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୋଟିଏ ଦାବିପତ୍ର ପ୍ରଦାନ କରିଛନ୍ତି। ତେଣୁ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। କେସିଙ୍ଗା-ଟିଟିଲାଗଡ଼ ରାସ୍ତାର ଆବଶ୍ୟକ ପ୍ରଶସ୍ତୀକରଣ ଯଦିଓ ଏହି ରାସ୍ତାର ଦୂରତ୍ୱ କମିଛି ମାତ୍ର କେତେକ ସ୍ଥାନରେ ଭୟଙ୍କର ବୁଲାଣି, ସଂକୀର୍ଣ୍ଣ ରାସ୍ତା ଓ ବିପଦସଂକୁଳ ମୋଡ଼ ଗାଡି ଚାଳନା ପାଇଁ ଅସୁବିଧା ସୃଷ୍ଟି କରୁଛି। ରାସ୍ତାକୁ ଚଉଡ଼ା କରାଯିବା ଆବଶ୍ୟକ।

କେସିଙ୍ଗା-ଟିଟିଲାଗତ ରାସ୍ତା ଲୋକମାନଙ୍କର ଗମନାଗମନ ପାଇଁ ସୁବିଧା ରହିବା ସହ ଚାଷୀ, ଛାତ୍ରୀଛାତ୍ର, ଯାତ୍ରୀ, ବ୍ୟବସାୟୀ ଓ ଚିକିତ୍ସା ପାଇଁ ଯାଉଥିବା ପାଇଁ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ସମସ୍ତ ଜନସାଧାରଣଙ୍କ ଅଗ୍ରାଧିକାର ଦେଇ ଏହି ରାସ୍ତାର ପ୍ରଶସ୍ତିକରଣ, ମରାମତି ଓ କତରକେଲାଠାରେ ବ୍ରିଜ ନିର୍ମାଣକୁ ଅଗ୍ରାଧିକାର ଭିତ୍ତିର କାର୍ଯ୍ୟ ଆରମ୍ଭ ନେଇ ପଦକ୍ଷେପ ନେବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।  ସଂଗଠନ ସାଧାରଣ ସମ୍ପାଦକ ବି.ଚନ୍ଦ୍ରଶେଖର ଆଚାରୀ ଦାବିପତ୍ର ପଠନ କରି ଥିଲେ। ବିନାୟକ ପ୍ରକାଶ ନାୟକ ଧନ୍ୟବାଦ ଦେଇଥିଲେ। ଏଥିରେ ସଂଗଠନର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Khaleda Zia Death: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ଭାରତ ସହ ଥିଲା କ’ଣ କନ୍ସେନ? ଜାଣନ୍ତୁ…

ଢାକା,୩୦।୧୨: ବାଂଲାଦେଶ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କର ମଙ୍ଗଳବାର (ଡିସେମ୍ବର ୩୦, ୨୦୨୫)ରେ ୮୦ ବର୍ଷ...

ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri