ବିନା ନିରୀକ୍ଷକରେ ଚାଲିଛି କେସିଙ୍ଗା ଡାକଘର: ୨୦ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅବ୍ୟବସ୍ଥା

କେସିଙ୍ଗା,୨୭।୧୧(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ ଆଜିକୁ ୪ ମାସ ହେଲାଣି ଡାକ ନିରୀକ୍ଷକ ପଦବୀ ଖାଲି ଥିବାରୁ ବିଭିନ୍ନ ଉପ ଡାକ ଘରେ ଅନେକ ଦୁର୍ନୀତି ହେଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଯିଏ ଡାକ ନୀରିକ୍ଷକ ଥିଲେ ତାଙ୍କୁ ପ୍ରାୟ ଚାରି ମାସ ତଳେ ଅନ୍ୟତ୍ର ବଦଳି ହୋଇ ଯିବାପରେ ତାଙ୍କ ସ୍ଥାନରେ ବର୍ତ୍ତମାନ ପର୍ଯ୍ୟନ୍ତ ଡାକ ବିଭାଗ ନୂତନ ଡାକ ନିରୀକ୍ଷକଙ୍କୁ ନିଯୁକ୍ତି ଦେଇ ନ ଥିବାରୁ ବହୁ ଅସୁବିଧା ହେଉଛି। ନର୍ଲାରେ ଥିବା ଜଣେ ଡାକ ପରିଦର୍ଶକଙ୍କୁ କେସିଙ୍ଗା ମୁଖ୍ୟ ପୋଷ୍ଟ ଅଫିସର ଦାୟିତ୍ୱ ଦିଆଯାଇଛି। କିନ୍ତୁ ଦାୟିତ୍ୱରେ ଥିବା ଡାକ ପରିଦର୍ଶକ ଜଣକ ନର୍ଲାରେ ଅଧିକାଂଶ ସମୟ ବିତାଉଛଛି। କିନ୍ତୁ କେସିଙ୍ଗା ମୁଖ ଡାକ ଘରକୁ ଆସୁ ନ ଥିବାରୁ ଅନେକ ପୋଷ୍ଟ ଅଫିସ ଗୁଡିକରେ ବିଭିନ୍ନ ପ୍ରକାର ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି।

ପ୍ରକାଶ ଥାଉ କି, ଉକ୍ତ ପୋଷ୍ଟ ଅଫିସ ଅଧୀନରେ ୨୦ଟି ବ୍ରାଞ୍ଚ ପୋଷ୍ଟ ଅଫିସ ରହିଛି। ବ୍ରାଞ୍ଚ ପୋଷ୍ଟ ଅଫିସଗୁଡ଼ିକରେ କାଗଜଜାତ ତଦନ୍ତ କରିବାକୁ କେହି ନ ଥିବାରୁ ଘୋର ଅସୁବିଧା ହେଉଛି। ସମସ୍ତ ଉପ ପୋଷ୍ଟ ମାଷ୍ଟରଙ୍କ ଛୁଟି ମଞ୍ଜୁରର କ୍ଷମତା ମଧ୍ୟ ପରିଦର୍ଶକଙ୍କ ହାତରେ ରହିଛି। ଆଗାମୀ ଦିନରେ ଅନେକ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅର୍ଥ ହେରଫେର ହେଉଥିବାର ଆଭିଯୋଗ ହେଉଛି। ଅଧିକାଂଶ ଉପ ଡାକ ଘରେ ଉପ ଡାକ ମାଷ୍ଟରମାନେ ଗୋଟିଏ ଓଳି କାମ ସାରି ଘରେ ବସୁଛନ୍ତି। ଇତି ମଧ୍ୟରେ କେସିଙ୍ଗାରେ ମଧ୍ୟ ଦୁଇ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଟଙ୍କା ହେରଫେର ମାମଲାରେ ଜେଲ ମଧ୍ୟ ଯାଇଛନ୍ତି।
ଅନେକ ସମୟରେ ଶୁଣିବାକୁ ମିଳୁଛି ଯେ, କିଛି ଅପହଞ୍ଚ ଗ୍ରାମାଞ୍ଚରେ ଥିବା ବ୍ରାଞ୍ଚ ପୋଷ୍ଟ ଅଫିସ ଦିନ ତମାମ ଖୋଲୁନାହାନ୍ତି। ଚିଠି ପତ୍ର ମଧ୍ୟ ଠିକ ଭାବେ ବଣ୍ଟନ କରାଯାଉନାହିଁ। ବର୍ତ୍ତମାନ ବିନା ପୋଷ୍ଟ ନିରୀକ୍ଷକରେ କେସିଙ୍ଗା ଅଣ୍ଡରରେ ଥିବା ୨୦ ଗୋଟି ସବ ପୋଷ୍ଟଅଫିସ କିପରି ଚାଲୁଥିବ ତାହା ଚିନ୍ତାର ବିଷୟ। କିଛି ବ୍ରାଞ୍ଚ ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟରମାନେ କିଛି ଟଙ୍କା ଦେଇ ଅନ୍ୟ ଜଣଙ୍କୁ ପୋଷ୍ଟ ଅଫିସରେ ବସାଇ କାମ କରାଉଛନ୍ତି। ନିଜେ ଅନ୍ୟ କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି। କିଛି ବ୍ରାଞ୍ଚ ପୋଷ୍ଟ ମାଷ୍ଟରମାନେ ନିଜ ପୋଷ୍ଟ ଅଫିସ କାମ ଛାଡ଼ି ପୋଷ୍ଟାଲ ଏଜେଣ୍ଟ କାମ କରୁଥିବା ମଧ୍ୟ ଅନେକ ଉଦାହରଣ ରହିଥିଲେ ମଧ୍ୟ ବିଭାଗ ଜାଣି ଶୁଣି ଚୁପ ବସିଛି।
ଅନ୍ୟପଟେ କେସିଙ୍ଗା ପୋଷ୍ଟ ଅଫିସ ଡାକ ପରିଦର୍ଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ଓଭରସିଅର ମନଇଛା ଅଫିସ ଖୋଲୁଛନ୍ତି। ଦୁଇ ଜଣ ଙ୍କୁ ଯେତେବେଳେ ପଚାରିଲେ କେବଳ ପରିଦର୍ଶନରେ ଯାଇଥିଲୁ ବୋଲି ବାହାନା କହି ଚାଲି ଯାଉଛନ୍ତି।ଏତେ ବଡ ଡାକ ପରିଦର୍ଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ କେସିଙ୍ଗାରେ ଚାରିମାସ ହେଲା ଖାଲି ପଡ଼ିଛି। ଯେତେବେଳେ ଦେଖିଲେ ନିରୀକ୍ଷକ ଙ୍କ ଅଫିସ ତାଲା ବନ୍ଧ ରହିଥିବାର ଦେଖିବାକୁ ମିଳୁଛି। କିନ୍ତୁ ଜିଲା ମୁଖ୍ୟ ସୁପରିଟେଣ୍ଟଡେଣ୍ଟ ମଧ୍ୟ ଦୃଷ୍ଟି ଦେଉ ନାହାନ୍ତି। କିନ୍ତୁ ଅଞ୍ଚଳବାସୀ ବ୍ରାଞ୍ଚ ପୋଷ୍ଟ ଅଫିସଗୁଡିକରେ ନିଜ ଟଙ୍କା ନିବେଶ କରୁଥିବା ଟଙ୍କାର ସୁରକ୍ଷା ପାଇଁ ସରକାର ଦାୟିତ୍ୱ ଦେଇଥିବା ଡାକ ପରିଦର୍ଶକଙ୍କୁ ଶୀଘ୍ର ନିଯୁକ୍ତି ଦେବା ପାଇଁ ହିତାଧିକାରୀ ତଥା ଜନ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଜିଲା ଡାକ ଅଧୀକ୍ଷକଙ୍କୁ ପଚାରିବାରୁ କମ ଦିନ ଭିତରେ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରି ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

ପ୍ରେମ ବିବାହ ପରେ ପରପୁରୁଷ ସହ ସ୍ତ୍ରୀକୁ ଦେଖିଲେ ସ୍ୱାମୀ, ଗଳା ଟିପି କଲେ ହତ୍ୟା

ନୂଆଦିଲ୍ଲୀ,୨୧ା୧: ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ଚାରି ମାସ ପରେ ଜଣେ ଯୁବକ ନିଜ ସ୍ତ୍ରୀକୁ ଅନ୍ୟ...

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri