Categories: ଜାତୀୟ

ଆଗାମୀ ନିର୍ବାଚନରେ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ଭାଜପା ବିଜୟୀ ହୋଇ ୟୁପିରେ ଗଢିବ ସରକାର: ମୋର୍ଯ୍ୟ

ଲକ୍ଷ୍ନୌ,୭ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସମୟ । ଆଉ ଏହାରି ଭିତରେ ସମସ୍ତ ରାଜନୈତୀକ ଦଳ ବଳ କଷିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଏକ ଦାବି କରିଛନ୍ତି । ସେ କହିଛନ୍ତି ୨୦୨୨ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ୩୦୦ରୁ ଅଧିକ ଆସନରେ ବିଜୟୀ ହୋଇ ଉତ୍ତର ପ୍ରଦେଶରେ ସରକାର ଗଠନ କରିବ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିଛି । ଗୋରଖପୁର କାର୍ଯ୍ୟକ୍ରମ ସମେତ ଗଙ୍ଗା-ଏକ୍ସପ୍ରେସ ୱେ ଓ ଅନ୍ୟ ଆୟୋଜନକୁ ନେଇ ଆଲୋଚନା ହୋଇଛି । ତେଣୁ ଆଗାମୀ ନିର୍ବାଚନରେ ଭାଜପା ୩୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି ।

Share