Categories: ଖେଳ

ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍‌ ମଇଦାନକୁ ଓହ୍ଲାଇପାରିବେ; ଟିମ୍‌ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…

ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଭାରତୀୟ ଟିମ୍‌ର ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଟିମ୍‌ରେ ଏତେ ପ୍ରତିଭା ଅଛନ୍ତି ସେ ଏକାଥରକେ ଚାରିରୁ ପାଞ୍ଚଟି ଅନ୍ତରାଷ୍ଟ୍ରୀୟ ଟିମ୍‌ ମଇଦାନରେ ଓହ୍ଲାଇପାରିବେ ବୋଲି ସେ କହିଛନ୍ତି।

କେଶବ ଏଠାରେ ଦ୍ୱିତୀୟ ଦିନିକିଆର ପୂର୍ବ ସନ୍ଧ୍ୟାରେ କହିଛନ୍ତି, ମୁଁ ଏହାକୁ ଦ୍ୱିତୀୟସ୍ତରର ଭାରତୀୟ ଟିମ୍‌ ବୋଲି କହିବି ନାହିଁ। ଭାରତରେ ଏତେ ପ୍ରତିଭା ଅଛନ୍ତି ଯେ ସେ ଚାରିରୁ ପାଞ୍ଚଟି ଅନ୍ତର୍ଜାତୀୟ ଟିମ୍‌ ମଇଦାନରେ ଓହ୍ଲାଇପାରିବେ। ଦଳର ବହୁତ ଖେଳାଳି ଆଇପିଏଲ୍‌ ଖେଳନ୍ତି। ତାଙ୍କ ପାଖରେ ଅନ୍ତର୍ଜାତୀୟସ୍ତରରେ ଖେଳିବାର ଅନୁଭବ ରହିଛି। ଏହି ଖେଳାଳି ବିଶ୍ୱସ୍ତରୀୟ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି। ଭାରତ ବିପକ୍ଷରେ ଭଲ ଖେଳିବା ସବୁବେଳେ ଭଲ। କାହିଁକିନା ଆପଣ ନିଜକୁ ପ୍ରସ୍ତୁତ କରିବାକୁ ଚାହାଁନ୍ତି। ତାଙ୍କ ପାଖରେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ମଧ୍ୟ ଅଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

Share