Posted inଗଜପତି

କେଶରିଗୁଡ଼ା ରାସ୍ତା ପାଲଟିଛି ମରଣଯନ୍ତା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.):  ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ କରିବା ପାଇଁ ବିଭିନ୍ନ ଯୋଜନା କରି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି, ହେଲେ ତାହା ଜନସାଧାରଣଙ୍କ କାମରେ ନ ଲାଗି ନଷ୍ଟ ହେଉଛି। ଗ୍ରାମକୁ ଗମନାଗମନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୦୧୩/୧୪ରେ ଅଟକଳ ମୂଲ୍ୟ ୨୨୬.୩୦୨ ଲକ୍ଷରେ ଚୁଡ଼ଙ୍ଗପୁର ଗ୍ରାମ ରାସ୍ତାଠାରୁ କେଶରିଗୁଡ଼ା ଗ୍ରାମକୁ ୮କିମି ରାସ୍ତା ମଧ୍ୟରୁ ୪କିମି ରାସ୍ତା ନିର୍ମାଣ କରିଥିଲେ ଠିକାଦାର। ହେଲେ ରାସ୍ତା କାମ ସରିବାର ଦୁଇ ମାସ ପରେ ପିଚୁ ଉଠି ଖାଲଖମା ହୋଇଥିଲା। ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ରହିଥିବା ବେଳେ ଠିକାଦାର ଦୁଇ ବର୍ଷ ସାମାନ୍ୟ ପିଚୁ ପକାଇ ବିଲ୍‌ ପାସ୍‌ କରି ନେଇଥିଲେ। ତା’ପରଠାରୁ ରାସ୍ତା ପୂର୍ବ ଭଳି ଖାଲଖମା ହୋଇ ପଡ଼ିଛି। ୭ ବର୍ଷ ହେଲା ସେଥିରେ ୪ ନିର୍ବାହୀ ଯନ୍ତ୍ରୀ ଓ ୩ କନିଷ୍ଠ ଯନ୍ତ୍ରୀ ଅଦଳବଦଳ ହେଲେଣି, କିନ୍ତୁ ଲୋକଙ୍କ ଗୁହାରି କେହି ଶୁଣୁନାହାନ୍ତି ଯଦ୍ଦ୍ବାରା ଗ୍ରାମକୁ ଆମ୍ବୁଲାନ୍ସ ସେବା ହେଉ କିମ୍ବା ପିଲାଙ୍କୁ ବିଦ୍ୟାଳୟ ଯିବାକୁ ବହୁ କଷ୍ଟ କରିବାକୁ ପଡୁଛି। ଏ ନେଇ ଗ୍ରାମବାସୀ ବହୁବାର ଯନ୍ତ୍ରୀଙ୍କଠାରୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରି ଆସିଥିଲେ ମଧ୍ୟ କୌଣସି ସୁଫଳ ମଳୁନାହିଁ। ଅନ୍ୟପଟେ ଗ୍ରାମବାସୀ ଓ ଚୁଡ଼ଙ୍ଗପୁରୁ ସମିତି ସଭ୍ୟ ହେମନ୍ତ ଗମାଙ୍ଗ, କେଶରିଗୁଡ଼ା ସମିତି ସଭ୍ୟ କାର୍ତ୍ତିକ ଶବର, ଗୁରା ଗମାଙ୍ଗ, ପୁଲିଆ ରଇତ କହିଛନ୍ତି ମୋହନା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ କିଛି ପୁରୁଣା କର୍ମଚାରୀ ରହି ବ୍ୟାପକ ପିସି କାରବାର କରି ଟଙ୍କା ଲୁଟି ମାଲାମାଲ ହେବାରେ ଲାଗିଛନ୍ତି ଏବଂ ମାର୍ଚ୍ଚ ମାସ ଆସିଲେ ଅଳ୍ପ ପିଚୁ ପକାଇ ଟଙ୍କା ବିଲ୍‌ କରିବାରେ ଲାଗିଛନ୍ତି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ରାସ୍ତା ନିର୍ମାଣ ମରାମତି କରିବାରେ ଫେଲ ମାରିଛନ୍ତି ନିର୍ବାହୀ ଅଧିକାରୀ। ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ତୁରନ୍ତ ରାସ୍ତା ନିର୍ମାଣ କରାଯାଉ ନଚେତ ଅଳ୍ପ ଦିନ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଘେରାଉ ସହ ରାସ୍ତାରୋକୋ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁର ଚିକିତ୍ସା ପାଇଁ ଜିଲା ଚିକିତ୍ସାଳୟକୁ ପଠାଇଲେ ଡାକ୍ତର, ଆଉ ତା’ ପରେ…

ପାରଳାଖେମୁଣ୍ଡି,୨୯ା୧୨ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାରେ ସ୍ବାସ୍ଥ୍ୟସେବା ବିଗିଡ଼ିବାରେ ଲାଗିଛି। ଜଣଙ୍କର ମୃତ୍ୟୁ ଘଟିଥିଲେ ସୁଦ୍ଧା ତାକୁ ଉଚ୍ଚ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri