କିରୋସିନ ହେରଫେର ମାମଲା: ତତ୍କାଳୀନ ଭିଏଲ୍‌ଡବ୍ଲ୍ୟୁ, ସରପଞ୍ଚ ଦଣ୍ଡିତ

ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ମୁଖ୍ୟ ବିଚାର ବିଭାଗ ମାଜିଷ୍ଟ୍ରେଟ (ସିଜେଏମ୍‌) ବିଷ୍ଣୁପ୍ରସାଦ ମିଶ୍ର ଏକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଣ ହୋଇଥିବା କିରୋସିନ ହେରଫେର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ସେ ତତ୍କାଳୀନ ଫୁଲବାଣୀ ଜିଲା ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ସରପଞ୍ଚ ଓ ଭିଏଲଡବ୍ଲ୍ୟୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ସରପଞ୍ଚ ବିଭୀଷଣ ମଲିକ(୬୨) ଓ ଭିଏଲ୍‌ଡବ୍ଲ୍ୟୁ ଚନ୍ଦ୍ରକାନ୍ତ ବେହେରା(୫୪)। ସିଜେଏମ୍‌ ଉଭୟ ଅଭିଯୁକ୍ତଙ୍କୁ ଏକ ବର୍ଷ ଲେଖାଏ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ପ୍ରତ୍ୟେକେ ୧ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଜରିମାନା ଅନାଦାୟେ ଅତିରିକ୍ତ ୧ ମାସ ଜେଲ ଦଣ୍ଡରେ ଦଣ୍ଡିତ ହେବେ ବୋଲି କୋର୍ଟ ରାୟ ଦେଇଛନ୍ତି। ଚନ୍ଦ୍ରକାନ୍ତ ବେହେରା ବର୍ତ୍ତମାନ କନ୍ଧମାଳ ଜିଲା ପଣ୍ଡାଙ୍ଗି ବ୍ଲକରେ ଭିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁଯାୟୀ, ଫୁଲବାଣୀ ଜିଲାର ଆଲାମୀ ପଞ୍ଚାୟତକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କିରୋସିନ ଯୋଗାଣ ହୋଇଥିଲା। ଏଥିରେ ବ୍ୟାପକ ହେରଫେର ହୋଇଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା। ୨୦୦୯ ଜୁଲାଇ ୨୨ରେ ଭିଜିଲାନ୍ସ ଟିମ୍‌ ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ କିରାସିନ ଡିପୋରେ ଚଢ଼ାଉ କରି ଯାଞ୍ଚ କରିଥିଲା। ପଞ୍ଚାୟତ ପାଇଁ ଯୋଗାଣ ହୋଇଥିବା କିରୋସିନ ଷ୍ଟକ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରିଥିଲା। ଯୋଗାଣ ହୋଇଥିବା କିରୋସିନ ଷ୍ଟକ୍‌ରେ ୫୬୧ ଲିଟର କମ୍‌ ରହିଥିବା ଜଣାପଡିଥିଲା। ଭିଜିଲାନ୍ସ ବିଭାଗ ମାମଲା ନମ୍ବର ୨୫/୦୯ ରେ ଉକ୍ତ ପଞ୍ଚାୟତ ସରପଞ୍ଚ ବିଭୀଷଣ ମଲିକ ଓ ଭିଏଲଡବ୍ଲ୍ୟୁ ଚନ୍ଦ୍ରକାନ୍ତ ବେହେରାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ପରେ ଅଭିଯୁକ୍ତ ଦ୍ୱୟଙ୍କୁ ଜାମିନ ମିଳିଥିଲା। ଶନିବାର ଏହି ମାମଲାର ବିଚାର ବେଳେ ସରପଞ୍ଚ ବିଭୀଷଣ ଓ ଭିଏଲଡବ୍ଲ୍ୟୁ ଚନ୍ଦ୍ରକାନ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୧୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ସିଜେଏମ୍‌ ଉପରୋକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରାଜେନ୍ଦ୍ର ସାବତ ଓ ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ସୁଧାଂଶୁ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନରେ ସିଂହାରିନି ଦଳ ବିଜୟୀ: ଆଜି ହେବ ଫାଇନାଲ ମୁକାବିଲା

ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପୁଣି ଆରବର୍ଷକୁ ଅପେକ୍ଷା

ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ଭଞ୍ଜନଗର କେଭି ପାଇଁ ୭ ପିଜିଟି ଶିକ୍ଷକ ଅନୁମୋଦନ, + ୨ ଖୋଲିବା ନେଇ ଅଧ୍ୟକ୍ଷ…

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଆଜକୁ ୧୬ ବର୍ଷ ହେବ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବ୍ୟବହୃତ ହଷ୍ଟେଲ କୋଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri