Categories: ଜାତୀୟ

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ

ଥିରୁଭାନ୍ତପୁରମ,୨।୮: କରୋନା ଭାଇରସ୍‌ ପ୍ରକୋପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ବର୍ତ୍ତମାନ ମଙ୍କିପକ୍ସ ସଂକ୍ରମଣ ଲୋକଙ୍କ ଚିନ୍ତା ବଢ଼ାଇଛି। ଇତିମଧ୍ୟରେ ମଙ୍ଗଳବାର କେରଳରେ ମଙ୍କିପକ୍ସର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆକ୍ରାନ୍ତ ଜଣକ ୩୦ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଚିକିତ୍ସା ମାଲାପୁରାମର ମଞ୍ଜେରୀ ମେଡିକାଲ କଲେଜରେ ଚାଲିଛି। ସେ ଜୁଲାଇ ୨୭ରେ ୟୁଏଇରୁ କୋଝିକୋଡ ବିମାନବନ୍ଦରକୁ ଆସିଥିଲେ। କିଛି ଦିନରୁ ସେ ଅସୁସ୍ଥ ଥିବା ବେଳେ ତାଙ୍କର ନମୁନା ଯାଞ୍ଚ କରାଯାଇଥିଲା। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସୂଚନା ଦେଇଛନ୍ତି। କେରଳରେ ମଙ୍କିପକ୍ସର ଏହା ପଞ୍ଚମ ମାମଲା। ଏହାକୁ ମିଶାଇ ବର୍ତ୍ତମାନ ଭାରତରେ ୭ଟି ମଙ୍କିପକ୍ସ ଚିହ୍ନଟ ହୋଇସାରିଲେଣି।

Share