Categories: ଖେଳ

ମୟଙ୍କ ଅଗ୍ରଓ୍ବାଲଙ୍କ ଓ୍ବାନ ମ୍ୟାନ ଶୋ’

ଅହମ୍ମଦାବାଦ,୨।୫ : ଗୋଟିଏ ପଟେ ପଡ଼ି ଚାଲିଥିଲା ଉଇକେଟ ପରେ ଉଇକେଟ। କିନ୍ତୁ କୌଣସି ବୋଲରଙ୍କୁ ଖାତିର କରି ନ ଥିଲେ କାମଚଳା ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ। ବିସ୍ଫୋରକ ବ୍ୟାଟିଂ କରିବା ସତ୍ତ୍ୱେ ପୂରଣ କରିପାରି ନ ଥିଲେ ଶତକ। କିନ୍ତୁ ତାଙ୍କ ଇନିଂସ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଛି ପଞ୍ଜାବ କିଙ୍ଗ୍ସ।

ଅଗ୍ରଓ୍ବାଲ ୫୮ ବଲରେ ଖେଳିଥିଲେ ୯୯ ରନ୍‌ର ଇନିଂସ। ତାଙ୍କ ପାଳିରେ ଥିଲା ୮ ଚୌକା ଓ ୪ ଛକା। ତାଙ୍କୁ କେହି ଉଚିତ ସହଯୋଗ ଦେଇପାରି ନ ଥିଲେ। ଏହାସତ୍ତ୍ୱେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୧୬୬ ରନ୍‌ କରିଛି। ଆଇପିଏଲରେ ପଦାର୍ପଣ କରିଥିବା ଦାଓ୍ବିଦ ମଲାନ ୨୬ ରନ୍‌ କରିଥିଲେ। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ହାତେଇଥିଲେ ୩ ଉଇକେଟ।

Share