Categories: ଜାତୀୟ

କୋଝିକୋଡରେ ନିପା ଭାଇରସ ଆତଙ୍କ, ଏକ ସପ୍ତାହ ପାଇଁ ସ୍କୁଲ,କଲେଜ ବନ୍ଦ

ଥିରୁଭାନନ୍ତପୁରମ୍‌,୧୬।୯: କେରଳର କୋଝିକୋଡରେ ନିପା ଭାଇରସ ମାମଲା ବୃଦ୍ଧି ପାଇବା ଦିନଠାରୁ ଭୟର ବାତାବରଣ ରହିଛି। ନିପା ଭାଇରସକୁ ଦୃଷ୍ଟିରେ ରଖି କୋଝିକୋଡରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଆସନ୍ତା ରବିବାର ଅର୍ଥାତ୍‌ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିଛି। ଏଥିରେ ବିଦ୍ୟାଳୟ, କଲେଜ ଏବଂ ଟ୍ୟୁସନ ସେଣ୍ଟର ସାମିଲ ରହିଛି। ଜିଲା ପ୍ରଶାସନ କହିଛି ଯେ, ସପ୍ତାହସାରା ସମସ୍ତ ଶିକ୍ଷାନୁଷ୍ଠାନରେ ଅନଲାଇନ୍‌ ପାଠପଢା ହେବ।

ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର କହିଛନ୍ତି, ବର୍ତ୍ତମାନ ନିପା ଭାଇରସ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ୧୦୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩୦ ଜଣ ଶୁକ୍ରବାର ତାଲିକାରେ ସାମିଲ ୋଇଛନ୍ତି। ସମସ୍ତ ୧୦୮୦ ଜଣଙ୍କ ମଧ୍ୟରୁ ୩୨୭ ଜଣ ସ୍ବାସ୍ଥ୍ୟ କର୍ମୀ ଅଟନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅନ୍ୟ ଜିଲାରେ ନିପା ସଂକ୍ରମିତ ଲୋକଙ୍କ ସମ୍ପର୍କ ତାଲିକାରେ ମୋଟ ୨୯ ଜଣ ଅଛନ୍ତି। ସେଥିମଧ୍ୟରୁ ୨୨ଜଣ ମଲାପ୍ପୁରମ, ଜଣେ ୱାୟନାଡର ଏବଂ ୩-୩ କନ୍ନୁର ଏବଂ ଥ୍ରୀସୁରର।

Share