Categories: ଜାତୀୟ

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଥିରୁଭାନନ୍ତପୁରମ୍‌,୧୮।୭: ସୋମବାର ଦେଶରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ମାମଲା କେରଳରେ ଦେଖିବାକୁ ମିଳିଛି। କେରଳର କନ୍ନୁରଠାରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ କେରଳରେ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା।
ଏହାକୁ ଦୃଷ୍ଟିରେ ରଖି ଥିରୁଭାନନ୍ତପୁରମ୍‌, କୋଚି, କୋଝିକୋଡେ ଏବଂ କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ହେଲ୍ପ ଡେସ୍କ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ଆକ୍ରାନ୍ତ ଦେଶଗୁଡିକରୁ ଆସୁଥିବା ଅଧିକାଂଶ ଯାତ୍ରୀଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଖାଦ୍ୟ ଗିଳିବାରେ ଅସୁବିଧା ଭଳି ଲକ୍ଷଣ ରହିଛି। ଏଭଳି ଲକ୍ଷଣ ଥିଲେ ବିମାନବନ୍ଦରରେ ହେଲ୍‌ପ ଡେସ୍କ ସହିତ ଯୋଗାଯୋଗ କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share