Posted inଫୁରସତ

ଅନ୍‌ଲାଇନ୍‌ରେ ମଗାଇଥିଲେ ଆଇଫୋନ୍‌-୧୨; ପ୍ୟାକେଟ୍‌ ଖୋଲିବା ପରେ ବ୍ୟକ୍ତିଙ୍କ ଉଡିଗଲା ହୋସ୍‌…

ଆଜିକାଲି ସମୟରେ ଅନଲାଇନ ମାର୍କେଟିଂର ଚାହିଦା ବହୁତ ବୃଦ୍ଧି ପାଇଛି। ଏହାଦ୍ୱାରା ଲୋକମାନେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରିପାରୁଛନ୍ତି। ହେଲେ ବେଳେବେଳେ ଲୋକମାନେ କିଛି ସାମଗ୍ରୀ ଅର୍ଡର କରି ଠକାମୀର ଶିକାର ହୋଇଥାନ୍ତି। ସେମାନେ ମଗାଇଥାନ୍ତି ଗୋଟିଏ ସାମଗ୍ରୀ, ଆସେ ଆଉ ଗୋଟିଏ। ଏଥିପାଇଁ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। କେରଳର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି। ସେ ଇ-କମର୍ସ ୱେବସାଇଟରୁ ଆଇଫୋନ ୧୨କୁ ଅର୍ଡର କରିଥିଲେ। କିନ୍ତୁ ସେ ପ୍ୟାକେଟ ଖୋଲିବା ମାତ୍ରେ ଚକିତ ହୋଇଯାଇଥିଲେ। କାରଣ ସେହି ପ୍ୟାକେଟରୁ ଏକ ବାସନମଜା ସାବୁନ ଏବଂ ପାଞ୍ଚ ଟଙ୍କିଆ ମୁଦ୍ରା ବାହାରିଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ପୂର୍ଣ୍ଣ ଘଟଣା ଏଭଳି। ଆଲୁଭା ନିବାସୀ ନୁରୁଲ ଆମିନ ଆମାଜନରୁ ଏକ ଆଇଫୋନ ୧୨ ଅର୍ଡର କରିଥିଲେ। ଏହାର ମୂଲ୍ୟ ୭୦,୯୦୦ ଟଙ୍କା ଥିଲା। ସେ ଅକ୍ଟୋବର ୧୨ରେ ଫୋନ୍‌ ବୁକ କରିଥିଲେ। ଅକ୍ଟୋବର ୧୫ରେ ଫୋନ ପାଖେ ପହଞ୍ଚିଥିଲା। ସେ ପ୍ୟାକେଟ ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ୟାକେଟ୍‌ରେ ଏକ ଭିମ୍‌ ସାବୁନ ଏବଂ ୫ ଟଙ୍କା ମୁଦ୍ରା ଥିବା ସେ ଦେଖିବାକୁ ପାଇଥିଲେ। ତାଙ୍କ ସହ ଏପରି ଘଟଣା ଘଟିବ ବୋଲି ସେ କଳ୍ପନା କରି ନ ଥିଲେ। ସୌଭାଗ୍ୟବଶତଃ ସେ ବାକ୍ସ ଖୋଲିବାବେଳେ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ।

ବିଳମ୍ବ ନକରି ନୁରୁଲ ଏହି ବିଷୟରେ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ଅନୁସନ୍ଧାନ ପରେ ସେ ତାଙ୍କ ଟଙ୍କା ଫେରସ୍ତ ପାଇଥିଲେ। ଘଟଣାକୁ ନେଇ ସାଇବର ପୋଲିସ ଷ୍ଟେଶନ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ତେବେ ନରୁଲ ଯେଉଁ ଫୋନ ପାଇବାକୁ ଯାଉଥିଲେ ସେପ୍ଟେମ୍ବରରୁ ଝାଡ଼ଖଣ୍ଡର କେହି ଜଣେ ଏହାକୁ ବ୍ୟବହାର କରୁଥିବା ଜଣାପଡ଼ିଛି। ଏହି ମାମଲାରେ ଉପସ୍ଥିତ ଥିବା ଆଇଏମ୍‌ଇଆଇ ନମ୍ବରକୁ ଦେଖିବା ପରେ ଏସବୁ ଜାଣିହେଲା।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri