Categories: ଜାତୀୟ

ଆପତ୍ତିଜନକ ପୋଷ୍ଟ କଲେ ଯିବାକୁ ପଡିବ ଜେଲ୍‌!

ଥିରୁଭାନନ୍ତପୁରମ,୨୨ ।୧୧: କେରଳର ଏଲ୍‌ଡିଏଫ୍ ସରକାର ମହିଳା ଓ ଶିଶୁଙ୍କ ଉପରେ ବଢି ଚାଲିଥିବା ସାଇବର କ୍ରାଇମରେ ଲଗାମ ଲାଗାଇବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶନିବାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଏହାକୁ ନେଇ ଏକ ନୂଆ ଅଧିନିୟମ ସଂଶୋଧନ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଅଧ୍ୟାଦେଶ ଅନୁଯାୟୀ, ଯଦି ସୋସିଆଲ ମିଡିଆରେ କୌଣସି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛନ୍ତି ବା ପଠାଉଛନ୍ତି ଯାହା ଅପମାନଜନକ ବା କାହାକୁ ଅପମାନ ଦେଉଛି କିମ୍ବା କୌଣସି ଧମକ ଦେଉଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ କିମ୍ବା ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏମିତିକି ଦୁଇଟିଯାକ ବି ଲାଗୁ ହୋଇପାରେ । ଏହାକୁ ନେଇ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ମରମ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି କେରଳର ବାମ ଲୋକତାନ୍ତ୍ରିକ ମୋର୍ଚ୍ଚା(ଏଲ୍‌ଡିଏଫ୍‌) ସରକାରଙ୍କ ଏହି ନିୟମ ମୋତେ ଆଶ୍ଚର୍ଯ୍ୟ କରୁଛି ।

Share