Categories: ଜାତୀୟ

କେରଳ ରାଜ୍ୟପାଳଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ

ଥିରୁଭାନନ୍ତପୁରମ,୧୮ ।୯: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ ଶନିବାର ରାତିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ସାକ୍ଷାତକାର ଏମିତି ସମୟରେ ହୋଇଛି ଯେତେବେଳେ ରାଜ୍ୟପାଳ ଓ ରାଜ୍ୟର ବାମମୋର୍ଚ୍ଚା ସରକାରଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି ।
ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳ ରାତି ପ୍ରାୟ ୮ଟାରେ ଭାଗବତଙ୍କ ଘରେ ପହଞ୍ଚି ତାଙ୍କୁ ସାକ୍ଷାତ୍ କରିଥିଲେ । ରାଜ୍ୟପାଳ ଏ ସମ୍ପର୍କରେ ଗଣମାଧ୍ୟମ ସହ କଥା ହେବାକୁ ମନା କରି ଦେଇଥିଲେ । ହେଲେ ରାଜ୍ୟପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ‘ପିଟିଆଇ-ଭାଷା’କୁ କହିଥିଲେ କି ରାଜ୍ୟପାଳ ଆରଏସଏସ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି । ଏହା ଏକ ଶିଷ୍ଟାଚାର ସାକ୍ଷାତକାର, ଏହି ବୈଠକ ପୂର୍ବ ନିର୍ଦ୍ଧାରିତ ।

Share