Posted inଜାତୀୟ

ମହାରାଷ୍ଟ୍ର ପରେ ଏବେ କେରଳ ସରକାର ସିବିଆଇ ଉପରେ ଲଗାଇପାରନ୍ତି ଅଙ୍କୁଶ

ଥିରୁଭାନନ୍ତପୁରମ,୪।୧୧: ମହାରାଷ୍ଟ୍ର ପରେ ଏବେ କେରଳ ସରକାର ମଧ୍ୟ ସିବିଆଇ ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି କେରଳରେ କୌଣସି ମାମଲାର ଯାଞ୍ଚ ପାଇଁ ସିବିଆଇକୁ ରାଜ୍ୟସରକାରଙ୍କ ଅନୁମତି ନେବାକୁ ପଡ଼ିବ। ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। କୁହାଯାଉଛି, ଲାଇଫ ମିଶନ ହାଉସିଂ ପ୍ରୋଜେକ୍ଟରେ ସିବିଆଇର ହସ୍ତକ୍ଷେପକୁ ନେଇ ରାଜ୍ୟସରକାର ଅସନ୍ତୁଷ୍ଟ ରହିଛନ୍ତି। ଯାଞ୍ଚ ପରେ ଏହି ଯୋଜନାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଥିଲା। ପରେ ଲାଇଫ ମିଶନର ସିବିଆଇ ଯାଞ୍ଚ ଉପରେ ରୋକୋ ଲଗାଇବା ନେଇ କୋର୍ଟ ହସ୍ତକ୍ଷେପ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ, ୫।୧: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ନିଷ୍ପତ୍ତି ନେଇଛି। ଦେଶର ଯେ...

ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ...

ଅରାଜକତା ସୃଷ୍ଟି କରିବ ବିକ୍ଷୋଭ

ନୂଆଦିଲ୍ଲୀ,୭-୨(ପି.ଟି.):ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନକୁ ବିପକ୍ଷ ଦଳଗୁଡ଼ିକ ଉସୁକାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ତୀବ୍ର ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟ କିମ୍ବା ରାଜ୍ୟ...

ଟାଗୋରଙ୍କ ଚୌକିକୁ ଅସମ୍ମାନ କରିଥିବା ଦାବିର ଉତ୍ତର ଦେଲେ ଶାହ

ନୂଆଦିଲ୍ଲୀ, ୯ା୨- ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବୀନ୍ଦ୍ରନାଥ ଟାଗୋରଙ୍କ ଚୌକିରେ ବସିଥିବା ଲୋକସଭାରେ ଦାବି କରିଥିଲେ କଂଗ୍ରେସ ଦଳର ନେତା...

ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୨୫।୪: ଶିଳ୍ପପତି ତଥା ଟାଟା ଗ୍ରୁପର ଚେୟାରମ୍ୟାନ ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ଟୁଇଟରରେ କହିଛନ୍ତି, ରତନ...

‘ଭାଜପା କେବଳ ମିଛ ବାଣ୍ଟିବା ଜାଣିଛି’

ବେଙ୍ଗାଲୁରୁ,୬।୩: କର୍ନାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ବର୍ଷି ଭାଜପା ଲୋକମାନଙ୍କୁ...

ଥରିଲା ଦିଲ୍ଲୀ-ଏନ୍‌ସିଆର୍‌

ନୂଆଦିଲ୍ଲୀ,୨୦।୧୨: ଦିଲ୍ଲୀ-ଏନ୍‌ସିଆର୍‌ ସମେତ ଉତ୍ତର ଭାରତରେ ଶୁକ୍ରବାର ଅପରାହ୍ନରେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି...

ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଶହୀଦ ହୋଇଛନ୍ତି ୫୫ ସୁରକ୍ଷାକର୍ମୀ

ଶ୍ରୀନଗର, ୧୨।୧୦: ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ୭୫ଟି ସଫଳ ଅପରେସନ ହୋଇଛି ବୋଲି ୟୁନିୟନ ଟେରିଟୋରୀ ପୋଲିସ ମହାନିର୍ଦ୍ଦେଶକ ଦିଲ୍‌ବାଗ ସିଂ ସୋମବାର କହିଛନ୍ତି।...

Advertisement
Archives

Model This Week