ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନ ଜନ୍ମ ଦେଲେ ୧୭ ବର୍ଷର ନାବାଳିକା

ଥିରୁଭାନନ୍ତପୁରମ,୨୮।୧୦: ୟୁଟ୍ୟୁବ ଭିଡିଓ ଦେଖି ଜଣେ ନାବାଳିକା ଘରେ ସନ୍ତାନ ଜନ୍ମ କରିଛନ୍ତି। ଏଭଳି ଏକ ଘଟଣା ଘଟିଛି କେରଳର ମଲ୍ଲାପୁରମ ଜିଲାରେ। ୧୭ ବର୍ଷର ନାବାଳିକା ଗର୍ଭବତୀ ହେବା ପରେ ଘରେ ୟୁଟ୍ୟୁବ ଭିଡିଓ ଦେଖି ଏକ ସନ୍ତାନ ଜନ୍ମ ଦେଇଛନ୍ତି। ନାବାଳିକାଙ୍କ ମା’-ବାପା ଦୃଷ୍ଟିହୀନ ଯୋଗୁ ଏ ଘଟଣା ବିଷୟରେ ଜାଣି ନ ଥିଲେ। ଶିଶୁର ଜନ୍ମ ପରେ ମା ଏବଂ ଶିଶୁକୁ ମଞ୍ଜେରୀ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ସୁସ୍ଥ ଥିବା ନେଇ ପୋଲିସ ସୂଚନା ଦେଇଛି। ସେପଟେ ଦୁଷ୍କର୍ମ ଅଭିଯୋଗରେ ୨୧ ବର୍ଷୀୟ ଯୁବକଙ୍କୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି।

ସୂଚନାନୁସାରେ, ସମ୍ପୃକ୍ତ ନାବାଳିକା ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ଭିତରେ ଗଭୀର ପ୍ରେମ ସମ୍ପର୍କ ଥିଲା। ସେ ତାଙ୍କ ପ୍ରେମିକଙ୍କ ସହ ଶାରିରୀକ ସମ୍ପର୍କ ରଖି ଗର୍ଭବତୀ ହୋଇଥିଲେ।
ଅକ୍ଟୋବର ୨୦ ତାରିଖରେ ନାବାଳିକା ନିଜ ଘରେ ୟୁଟ୍ୟୁବ ଦେଖି ତାଙ୍କ ପେଟ କାଟି ଏକ ଶିଶୁକୁ ଜନ୍ମ ଦେଇଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ନାବାଳିକା ଜଣଙ୍କ ପ୍ରସବ ସମୟରେ କାହାରି କୌଣସି ସହାୟତା ନେଇ ନଥିଲେ ଏବଂ ଅକ୍ଟୋବର ୨୨ରେ ଶିଶୁଟିର କାନ୍ଦ ଶୁଣି ନାବାଳିକାର ମା’-ବାପା ଏହି ଘଟଣା ବିଷୟରେ ଜାଣିଥିଲେ।

Share