Categories: ଜାତୀୟ

କେରଳ ବିସ୍ଫୋରଣ ମାମଲାରେ ଆତ୍ମସମର୍ପଣ କଲେ ଜଣେ ବ୍ୟକ୍ତି, ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ କଲେ ଦାୟୀ!

କେରଳ,୨୯।୧୦: କେରଳ ଏର୍ଣ୍ଣାକୁଲମର କଲାମାସେରୀ ନିକଟରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ତିନି ବିସ୍ଫୋରଣ ପରେ ଜଣେ ବ୍ୟକ୍ତି ସରେଣ୍ଡର କରିଛି। ବ୍ୟକ୍ତି ଜଣକ ତୃସୁର ଜିଲା କୋଡକାର ଥାନାରେ ଆତ୍ମସମର୍ପଣ କରି ଏହି ବିସ୍ଫୋରଣ ଘଟାଇଥିବା କହିଛି।

ପୋଲିସ ବର୍ତ୍ତମାନ ବ୍ୟକ୍ତି ଜଣଙ୍କୁ ପଚରା ଉଚରା କରୁଛି, କିନ୍ତୁ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ କି ବିସ୍ଫୋରଣରେ ବ୍ୟକ୍ତିଙ୍କର ହାତ ଥିଲା କି ନାହିଁ। ଅନ୍ୟପଟେ ଘଟଣା ପରେ ସମ୍ପୂର୍ଣ୍ଣ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି।

ରାଜ୍ୟର ସମସ୍ତ ଜିଲାକୁ ଆଲର୍ଟ ରହିବାକୁ କୁହାଯାଇଥିବା ବେଳେ ସୋସିଆଲ ମିଡିଆରେ ଭୁଲ ଖବର ପ୍ରସାରଣ ନ କରିବାକୁ ପୋଲିସ ଅପିଲ କରିଛି। ଯଦି କେହି ଏଥିରେ ବ୍ୟତିକ୍ରମ କରି କିଛି କରନ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

Share