ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଫେରିଲେ: ସହାୟତା ପାଇଁ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼, ୨୫ା୬ (ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ହରିହରପୁର ଗାଁର ଦୁଷ୍ମନ୍ତ ଜାଲ (୩୦) ପରିବାର ପ୍ରତିପୋଷଣ ପାଇଁ କେରଳ ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଘରକୁ ଫେରିଥିବା ବେଳେ ସହାୟତା ପାଇଁ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ ଦୁଷ୍ମନ୍ତ ଗତ ଏପ୍ରିଲ ୩୦ରେ କେରଳ ରାଜ୍ୟ ମଙ୍ଗନୋର ଜିଲାର ଏକ ପଥର କୁଆଁରୀରେ ବ୍ଲାଷ୍ଟିଂ କାମରେ ନିୟୋଜିତ ଥିଲେ। ଜୁନ ୭ରେ କାମ ଶେଷ ହେବା ସମୟରେ ତାଙ୍କ ହାତରେ ବ୍ଲାଷ୍ଟିଂ ହୋଇଯାଇଥିଲା। ଫଳରେ ଦୁଷ୍ମନ୍ତଙ୍କ ଡାହାଣ ହାତର ଦୁଇ ଗୋଟି ଅଙ୍ଗୁଠି କଟିଯାଇଥିବା ବେଳେ ଛାତି, ବାମ ଗୋଡରେ ଭୀଷଣ ଆଘାତ ଲାଗି ଗୁରୁତର ହୋଇପଡ଼ିଥିଲେ। ପଥର କୁଆଁରୀ ମାଲିକ ପୋଲିସ ଭୟରେ ନିକଟସ୍ଥ ଡାକ୍ତରଖାନାନ ନେଇ ୬୦ କିମି ଦୂରରେ ଥୂବା ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଷ୍ମନ୍ତଙ୍କୁ ଏକମାସ ଡାକ୍ତରଖାନାରେ ରହିବାକୁ କହିଥିଲେ। କଣ୍ଟ୍ରାକ୍ଟର ଜୁନ ୭ ତାରିଖରେ ଭର୍ତ୍ତି କରି ୧୪ରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରି ଦୁଷ୍ମନ୍ତ ମନା କରିବା ସତ୍ତ୍ବେ ଡିସ୍‌ଚାର୍ଜ କରିଦେଇଥିଲେ। ପରେ ସବୁ ଖର୍ଚ୍ଚ ବହନ କରିବି କହି ୧୫ ତାରିଖରେ ଟ୍ରେନ୍‌ରେ ବସାଇ ଘରକୁ ପଠାଇଦେଇଥିଲେ। ଦୁଷ୍ମନ୍ତ ନିଜ ପାରିଶ୍ରମିକ ୧୭ ହଜାର ୫ ଶହ ଟଙ୍କା ମଧ୍ୟ ପାଇ ନ ଥିବା ପ୍ରକାଶ କରିଛନ୍ତି। ୧୬ ତାରିଖରେ ଦୁଷ୍ମନ୍ତ ଘରେ ପହଞ୍ଚିବା ପରେ ଜୁନ ୨୦ରେ ଲାଞ୍ଜିଗଡ ବ୍ଲକ ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ, ତୁଲେଶ୍ବର ଜାଲଙ୍କ ସହ ମିଶି ଜିଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି। ଜିଲା ଶ୍ରମ ଅଧିକାରୀ ଏନେଇ ଏକ ଇସି ମାମଲା ରୁଜୁ କରି କ୍ରଶର ମାଲିକଙ୍କୁ ଡକାଇ କ୍ଷତିପୂରଣ ଦେବାପାଇଁ ବ୍ୟବସ୍ଥା କରିବାକୁ ଦୁଷ୍ମନ୍ତକୁ କହିଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଜିତମ ମାଝୀଙ୍କୁ ପଚାରିବାରୁ ସେମାନେ ଆସି ମଣ୍ଡଳ ସାରଙ୍କୁ ଭେଟିଥିଲେ ଏବଂ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରିଥିଲେ। ଦୁଷ୍ମନ୍ତଙ୍କ ବାପା ଟିକେରାମ ଜାଲ ୨୦୧୫ ମସିହାରେ ମୃତ୍ୟୁବରଣ କରିଥିବା ବେଳେ ବିଧବା ମା’ ଯଶୋଦାଙ୍କ ସହ ସ୍ତ୍ରୀ ଓ ତିନି ଶିଶୁ କନ୍ୟା ଅଛନ୍ତି। ସରକାରୀ ସହାୟତା ଯୋଗାଇଦେବା ପାଇଁ ସେ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri