Categories: ଜାତୀୟ

ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବାକୁ କେରଳ ସରକାର ପ୍ରସ୍ତୁତ: ବିଧାନସଭାରେ ପାରିତ ହେଲା ବିଲ୍‌

ଥିରୁଭାନନ୍ତପୁରମ,୧୩।୧୨: କେରଳରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ରାଜ୍ୟପାଳଙ୍କୁ କୁଳପତି ପଦରୁ ହଟାଇବା ପାଇଁ ପିନରାଇ ବିଜୟନଙ୍କ ସରକାର ମଙ୍ଗଳବାର କେରଳ ବିଧାନସଭାରେ ଏକ ବିଲ୍‌ ପାରିତ କରିଛନ୍ତି। ବିଧାନସଭାରେ ଘଣ୍ଟା ଘଣ୍ଟା ଆଲୋଚନା ପରେ ଏହି ବିଲ୍‌ ପାରିତ ହେଲା। ଏହା ପୂର୍ବରୁ ବିଧାନସଭାରେ ଏହି ବିଲ୍‌ ଆଗତ କରାଯାଇଥିଲା, ଯାହା ବର୍ତ୍ତମାନ ପାରିତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ରାଜ୍ୟର ବିଶ୍ୱବିଦ୍ୟାଳୟରେ କୁଳପତି ପଦରେ ରାଜ୍ୟପାଳଙ୍କ ସ୍ଥାନରେ ବିଶିଷ୍ଟ ଶିକ୍ଷାବିତ୍‌ ନିଯୁକ୍ତ ହୋଇପାରିବେ।

Share