Categories: ଜାତୀୟ

କେରଳ ବିଧାନସଭା ନିର୍ବାଚନ: ସିପିଆଇଏମ୍‌ ଜାରି କଲା ୮୩ ଜଣିଆ ପ୍ରାର୍ଥୀ ତାଲିକା

ଥିରୁଭାନନ୍ତପୁରମ୍‌,୧୦।୩: ଆଗକୁ କେରଳରେ ବିଧାନସଭା ନିର୍ବାଚନ। ଶାସକ ସିପିଆଇଏମ୍‌ ପକ୍ଷରୁ ୮୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କନ୍ନୁର ଜିଲାର ଧର୍ମଦାମ ଆସନରୁ ନିର୍ବାଚନ ଲଢ଼ିବେ। ରାଜ୍ୟର ୧୪୦ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ୍‌ ୬ରେ ମତଦାନ କରାଯିବ। ରାଜ୍ୟରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୭୧ ରହିଛି।

Share