Categories: ଜାତୀୟ

ପୂର୍ବତନ ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ: ରାହୁଲ ଗାନ୍ଧୀଙ୍କଠାରୁ ଦୂରେଇ ରୁହନ୍ତୁ ଯୁବତୀ

ଥିରୁଭାନନ୍ତପୁରମ୍‌,୩୦।୩: କେରଳ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ପୂର୍ବତନ ଇଡୁକି ଏମ୍‌ପି ଜୋଏସ ଜର୍ଜ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଉଡୁମ୍ବାଚୋଲାରେ ଏଲଡିଏଫ୍‌ ପ୍ରାର୍ଥୀ ତଥା ମନ୍ତ୍ରୀ ଏମ ମାନିଙ୍କ ପାଇଁ ନିର୍ବାଚନ ପ୍ରଚାର ସମୟରେ ଜର୍ଜ କହିଛନ୍ତି ଯେ ‘ମହିଳାମାନେ ରାହୁଲ ଗାନ୍ଧୀଙ୍କ ପ୍ରତି ସତର୍କ ରହିବା ଉଚିତ୍‌। ରାହୁଲ କେବଳ ମହିଳା କଲେଜ ପରିଦର୍ଶନ କରିବେ। ସେ ଝିଅମାନଙ୍କୁ ନଇଁବା ଶିଖାଇବେ। ରାହୁଲ ଗାନ୍ଧୀ ଅବିବାହିତ ସଙ୍କଟ ଦେଇ ଗତି କରୁଥିବା ସେ କହିଛନ୍ତି। ଜର୍ଜ ଆହୁରି ମଧ୍ୟ କହିଛନ୍ତି, ମୋର ପ୍ରିୟ ପିଲାମାନେ ଦୟାକରି ଆଦୌ ନଇଁ ପଡନ୍ତୁ ନାହିଁ ଏବଂ ତାଙ୍କ ସାମ୍ନାରେ ଠିଆ ହୁଅନ୍ତୁ, ସେ ବିବାହ କରିନାହାଁନ୍ତି। କେରଳ ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା ଜର୍ଜଙ୍କ ମନ୍ତବ୍ୟକୁ ନିନନ୍ଦା କରି କହିଛନ୍ତି ଯେ, ଜର୍ଜଙ୍କ ବିରୋଧରେ ଏକ ମାମଲା ରୁଜୁ ହେବା ଉଚିତ୍‌। ସେ ମହିଳା ଏବଂ ରାହୁଲ ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଗତ ସୋମବାର କୋଚିର ସେଣ୍ଟ ଟେରେସା କଲେଜରେ ଛାତ୍ରୀମାନେ ମାର୍ଶଲ ଆର୍ଟ ଟ୍ରେନିଂ ସମୟରେ ଉପସ୍ଥିତ ଥିଲେ। ଛାତ୍ରୀମାନେ ମାର୍ଶଲ ଆର୍ଟ କରୁଥିବାବେଳେ ରାହୁଲ ସେମାନଙ୍କ ଉତ୍ସାହ ବଢାଇଥିଲେ।

Share