କେନ୍ଦୁଝରରେ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ

କେନ୍ଦୁଝର, ୧୭।୧୨(ଡି.ଏନ.ଏ.): ପର୍ଯ୍ୟଟନ ପୀଠ, ଜଳପ୍ରପାତ, ବିସ୍ତୀର୍ଣ୍ଣ ସବୁଜବନାନୀ ପ୍ରତି ଆକର୍ଷିତ ହୋଇ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଧାଇଁ ଆସନ୍ତି କେନ୍ଦୁଝର ଜିଲାକୁ। ବିଶେଷ କରି ଶୀତ ଦିନରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି ସାନଘାଗରାର ସାନିଧ୍ୟ ପାଇଁ, ବଡଘାଗରାର ପ୍ରପାତ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ, ପୁଣି ଖଣ୍ଡାଧାରରେ ଭୋଜି କରିବା ଲାଗି। କାନ୍‌ଝାରୀ ଡ୍ୟାମଠାରୁ ଆରମ୍ଭ କରି କାଞ୍ଜିପାଣି ଘାଟୀ, ହଦଗଡ଼ଠାରୁ ଆରମ୍ଭ କରି ଭୀମକୁଣ୍ଡ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ମାତ୍ର କରୋନା କଟକଣା ଏବେ ବି ପୂର୍ବପରି ବଳବତ୍ତର ଥିବାରୁ ଜିଲାର ପର୍ଯ୍ୟଟନସ୍ଥଳୀ ଓ ପିକ୍‌ନିକ୍‌ ସ୍ପଟ୍‌ ଖାଁ ଖାଁ ହୋଇପଡ଼ିଛି।
ପର୍ଯ୍ୟଟନ ଋତୁରେ ହାତ ବାନ୍ଧି ବସିଛନ୍ତି ଏହା ଉପରେ ନିର୍ଭର କରୁଥିବା ବ୍ୟକ୍ତି ଓ ତାଙ୍କ ପରିବାରର ସଦସ୍ୟମାନେ। ନଭେମ୍ବର, ଡିସେମ୍ବର, ଜାନୁୟାରୀ ଓ ଫେବୃୟାରୀ ମାସରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହି ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥାଏ। ମାତ୍ର କରୋନା କଟକଣା ସବୁ ହରଷ ଛଡ଼ାଇ ନେଇଛି। ଲୋକଙ୍କ ରୋଜଗାରରେ କରୋନା ପାହାର ବାଜିଛି। ଜିଲାର ୧୫ଟି ସ୍ଥାନ ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନୀତ ହୋଇଛି। ସେଥିମଧ୍ୟରୁ ବଡ଼ଘାଗରା ପର୍ଯ୍ୟଟନସ୍ଥଳୀଟି ଜଳପ୍ରପାତ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ଦେଓଗାଁର କୁଶଳେଶ୍ୱର ଧର୍ମପୀଠ, ମା’ ତାରିଣୀ ପୀଠ ଘଟଗାଁ, ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକା, ବିଶିଷ୍ଟ ଶୈବପୀଠ ମୁର୍ଗାମହାଦେବ, ଗଡ଼ଚଣ୍ଡି, ଚକ୍ରତୀର୍ଥ ଏବଂ ରାଜନଗରକୁ ଧର୍ମପୀଠର ଆଖ୍ୟା ଦିଆଯାଇଛି। ସେହିପରି ଜିଲାର ସାନଘାଗରା, ହାଣ୍ଡିଭଙ୍ଗା, ଖଣ୍ଡାଧାର, ସୀତାବିଞ୍ଜିରେ ମଧ୍ୟ କରୋନା କଟକଣା ଏଯାଏ ରହିଛି। କେନ୍ଦୁଝର ଜିଲାର ଏହି ସଂଖ୍ୟାଧିକ ପର୍ଯ୍ୟଟନସ୍ଥଳୀ ବର୍ତ୍ତମାନ ପରିପ୍ରେକ୍ଷୀରେ ଖୋଲାଯିବ ନାହିଁ ବୋଲି ଜିଲାପାଳ ଆଶିଷ ଠାକ୍‌ରେ ସୂଚନା ଦେଇଛନ୍ତି। କରୋନାର ଦ୍ୱିତୀୟ ଲହର ସୃଷ୍ଟି ହେବାର ସମ୍ଭାବନା ଥିବା ସହ କେନ୍ଦୁଝରରେ କରୋନାକୁ ମୂଳୋତ୍ପାଟନ କରିବା ପାଇଁ ଏବେବି ସତର୍କତାର ଆବଶ୍ୟକତା ରହିଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ତରବରିଆ ଭାବରେ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ଖୋଲାଯିବା ଠିକ୍‌ ହେବ ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri