ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ

କେନ୍ଦୁଝର,୧୭ା୬ କୋଭିଡ୍‌ ପାଇଁ ବଡ଼ଦାଣ୍ଡକୁ ଆସି ନ ଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଚଳିତ ବର୍ଷ ରଥରେ ବସିବେ। ଦେବସ୍ନାନ ନୀତି ପରେ ଶ୍ରୀଜୀଉମାନେ ଏବେ ଅଣସର ଘରେ ଅଛନ୍ତି। ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଏବେ ଦୃତ ଗତିରେ ଆଗେଇ ଚାଲିଛି। ଆଗାମୀ ରଥଯାତ୍ରାରେ ଏକ ନୂଆ ରୂପରେ କେନ୍ଦୁଝର ବଡ଼ଦାଣ୍ଡ ଝଲସିବ ବୋଲି ପରିକଳ୍ପନା କରାଯାଇଛି। ବଡ଼ଦାଣ୍ଡ, ପାରିପାର୍ଶ୍ୱିକ ଉନ୍ନୟନ ଓ ସୌନ୍ଦଯର୍‌ୟକରଣ ପାଇଁ ଯୋଜନାବଦ୍ଧ ଭାବେ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଏହି କାର୍ଯ୍ୟ ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରାଯିବ ବୋଲି କେନ୍ଦୁଝର ଉପଜିଲାପାଳ ତଥା ମନ୍ଦିରର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର କିସ୍କୁ ପ୍ରକାଶ କରିଛନ୍ତି।
ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ସ୍ବରୂପ ବିଭିନ୍ନ ପ୍ରକାର ଫୁଲର ଚିତ୍ର, ପାରମ୍ପରିକ କଳା, ବଡ଼ଦାଣ୍ଡ ପାର୍ଶ୍ୱ ଲାଇଟ ପୋଷ୍ଟରେ ବଳଦେବଜୀଉଙ୍କର ବିଭିନ୍ନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ, ଉଭୟ ପାର୍ଶ୍ୱରେ ପାଦ ଚଲା ରାସ୍ତା, ପାଠାଗାରର ବିକାଶ, ମୁକ୍ତକାଶ ଅବସର ବିନୋଦନ ବ୍ୟବସ୍ଥା, ବଡ଼ଦାଣ୍ଡ ପାର୍ଶ୍ୱରେ ଏକକ କଳାକୃତି ପ୍ରଦର୍ଶନ, ବଡ଼ଦାଣ୍ଡ ପାର୍ଶ୍ୱରେ ଭକ୍ତିଭାବନା ସୃଷ୍ଟିକାରୀ ବାତାବରଣ ଓ ଆଲୋକୀକରଣ ବ୍ୟବସ୍ଥା ତଥା ଆନୁସଙ୍ଗିକ ବିକାଶ କରାଯିବା ସହିତ ଓ ବଡ଼ଦାଣ୍ଡ କିପରି ନୂଆ ରୂପରେ ଝଲସିବ ସେଥିନେଇ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ ଯେ, କେନ୍ଦୁଝରର ରାଷ୍ଟ୍ରଦେବତା ବଳଦେବଜୀଉଙ୍କ ସମେତ ଦେବୀ ସୁଭଦ୍ରା ଓ ଜଗନ୍ନାଥ ଗୋଟିଏ ରଥରେ ବିରାଜମାନ କରି ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ବଡ଼ଠାକୁର ବଳଦେବ ହେଲେ ମଧ୍ୟ ରଥର ନାମ ନନ୍ଦିଘୋଷ ରହି ଆସିଛି। ଶ୍ରୀ ବଳଦେବଜୀଉଙ୍କ କାଷ୍ଟ ନିର୍ମିତ ରଥ ସମଗ୍ର ପୃଥିବୀରେ ସର୍ବୋଚ୍ଚ ରଥର ମାନ୍ୟତା ଲାଭ କରିଛି। ଯାହାର ସ୍ବୀକୃତି ସ୍ବରୁପ ଗିନିଜ ବୁକ୍‌ ଅଫ୍‌ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଏହା ଜିଲା, ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର କଥା ା ଏହା ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ରଥ ନନ୍ଦିଘୋଷ ନ୍ୟାସନାଲ ରେକର୍ଡସ,ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ,ଏସିଆ ପାସିଫିକ ଆଇକନ,ଗ୍ଲୋବାଲ ରେକର୍ଡସ,ୱଣ୍ଡର ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇସାରିଛି। ଏହି ରଥର ଉଚ୍ଚତା ୭୪ଫୁଟ ଏବଂ ଗୋଲେଇ ୪୫ଫୁଟ ହୋଇଥିବାବେଳେ ଏଥିରେ ପ୍ରାୟ ୮ଫୁଟ ଉଚ୍ଚର ୧୬ଟି ଚକ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri