ଜୁରୁଡ଼ିରେ ମା’ଙ୍କ ଖଣ୍ଡା, ମୁକୁଟ ପୂଜା ପରମ୍ପରା

ଯୋଡ଼ା,୪ା୧୦(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣି ଉପତ୍ୟକାରେ ଚଳିତ ବର୍ଷ ଆଡ଼ମ୍ବରରେ ଶାରଦୀୟ ଦୂର୍ଗାପୂଜା ପାଳନ କରାଯାଉଛି। ଖଣି ଓ ଶିଳ୍ପର ରୁଗୁଣ ଅବସ୍ଥା ମଧ୍ୟରେ ଶ୍ରଦ୍ଧାଳୁଙ୍କ ଭାବାବେଗରେ ଉତ୍ସାହ କମି ନାହିଁ। ଖଣି କ୍ଷେତ୍ର ଜୁରୁଡ଼ି, ବାମେବାରୀ, ଜରିବାହାଲ ସମେତ ଯୋଡ଼ା ସହର, ବିଲେଇପଦା ପ୍ରଭୃତି ସ୍ଥାନରେ ମୃଣ୍ମୟୀ ମୂର୍ତ୍ତି ପୂଜା ହେବା ସହିତ ଦେବୀ ପୀଠ ଗୁଡ଼ିକରେ ମା’ଙ୍କ ଆରାଧନା ହେଉଛି।

ଜୁରୁଡ଼ି ଠାରେ ହେଉଥିବା ଦୂର୍ଗା ପୂଜାରେ ମା’ଙ୍କ ଖଣ୍ଡା ଏବଂ ମୁକୁଟ ପୂଜା ଭଳି ସ୍ବତନ୍ତ୍ର ପରମ୍ପରା ରହିଛି ବୋଲି କମିଟି ସମ୍ପାଦକ ପ୍ରଭୁରଞ୍ଜନ ଶତପଥୀ କହିଛନ୍ତି। ବିଆଇଏଲ ସ୍ଥିତ ତାରିଣୀ ମନ୍ଦିରରେ ଷୋଡ଼ଶ ଉପଚାରରେ ଓ ଯୋଡ଼ା ମଙ୍ଗଳା ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି। ପଣ୍ଡିତ ବଳରାମ ଆଚାର୍ଯ୍ୟ ଓ ପୂଜକ ସ୍ମୃତିରଞ୍ଜନ ଦାସ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତାରିଣୀ ମନ୍ଦିରର ଭଜା ଖେଚୁଡ଼ି ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଛି। ଶ୍ରଦ୍ଧାଳୁ ମାନଙ୍କ ପାଇଁ ଏହି ଖେଚୁଡ଼ି ଭୋଗ ପୂଜା ଅବସରରେ ଦଶମୀ ପର୍ଯ୍ୟନ୍ତ ବଣ୍ଟନ କରାଯାଇ ଥାଏ ବୋଲି ମନ୍ଦିର ପକ୍ଷରୁ ସୁରେନ୍ଦ୍ର ନାଥ ମହାନ୍ତି କହିଛନ୍ତି ।ଅନ୍ୟପକ୍ଷେ ଦୀର୍ଘ ୫ ଦଶନ୍ଧୀ ଧରି ପଶ୍ଚିମ ଯୋଡ଼ାରେ ହେଉଥିବା ଦୂର୍ଗାପୂଜା ମଣ୍ଡପକୁ ସ୍ଥାନାନ୍ତରିତ କରାଯାଇଥିବାରୁ ଯୋଡ଼ା ବସ୍ତି, ଗୋପ ମହାନ୍ତି ହଟିଂ, ହନୁମାନ ହଟିଂର ଶ୍ରଦ୍ଧାଳୁ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri