କେନ୍ଦୁଝର ଓକିଲ ସଂଘ ନିର୍ବାଚନ: ଆଶିଷ ସଭାପତି, ସଞ୍ଜିତ ସମ୍ପାଦକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): ଶନିବାର କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହ ଶେଷ ହୋଇଛି।  ସଭାପତି ଭାବରେ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ ପୁନର୍ବାର ଜିତିଥିବା ବେଳେ ସମ୍ପାଦକ ଭାବରେ ସଞ୍ଜିତ ଦାସ ବିଜୟ ଲାଭ କରିଛନ୍ତି। ଉପସଭାପତି ଭାବରେ ଆଲୋକ ମହାନ୍ତ ନିର୍ବାଚିତ ହୋଇଛନ୍ତି। ଆଶିଷ ୨୨୯ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରଦୀପ କୁମାର ମିଶ୍ର ୧୫୩ ଖଣ୍ଡ ଭୋଟ୍‌ ପାଇଥିବା ଜଣାପଡ଼ିଛି। ସେହିପରି ଉପସଭାପତି ଆଲୋକ ମହାନ୍ତ ୨୪୧ଟି ଭୋଟ୍‌ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିନିତା ଦାସ ୧୨୫ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ସଞ୍ଜିତ ୨୧୫ ଖଣ୍ଡ ଭୋଟ୍‌ ପାଇ ଜିତିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅକ୍ଷୟ ଜେନା ୧୯୦ ଖଣ୍ଡ ଭୋଟ୍‌ ପାଇଛନ୍ତି। ସମୁଦାୟ ୪୨୦ ଜଣ ସଦସ୍ୟ ମତଦାନ କରିଥିଲେ।