କେନ୍‌ଷ୍ଟାରର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୩।୩ (ଅଭୟ ଦାଶ): ଦେଶର ପ୍ରମୁଖ ଗୃହୋପଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ତଥା କେନ୍‌ଷ୍ଟାରର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ମାସିକିଆ ସ୍ବତନ୍ତ୍ର ଅଭିଯାନ ‘କ୍ୟାମ୍ପନିଂ ଭ୍ୟାନ୍‌’ର ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ ପକ୍ଷରୁ ୨ଟି ପ୍ରଦର୍ଶନୀଭିତ୍ତିକ ଭ୍ୟାନ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଉକ୍ତ ଭ୍ୟାନ୍‌ରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ‘କୁଲର ଏବଂ ଓ୍ବାଶିଂ ମେଶିନ’ ସଂଯୋଗ ହୋଇଛି। ଏହା ଉଭୟ କମ୍ପାନୀର ଆଭିମୁଖ୍ୟ ଓ ଉତ୍ପାଦକୁ ପ୍ରଦର୍ଶିତ କରାଇବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଭୁବନେଶ୍ୱରର ଶହୀଦନଗର ଏବଂ ପଟିଆଠାରେ ଏକ ସ୍ବତନ୍ତ୍ର ଶୁଭାରମ୍ଭ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ କେନ୍‌ଷ୍ଟାରର ଆଞ୍ଚଳିକ ମୁଖ୍ୟ (ଇଷ୍ଟ) ଚିତ୍ତରଞ୍ଜନ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍‌ଷ୍ଟାର ଓଡ଼ିଶା ୟୁନିଟ୍‌ର ଶାଖା ପରିଚାଳକ (ବିଏମ୍‌) ରଞ୍ଜନ ପରିଡାଙ୍କ ସମେତ ବ୍ରାଣ୍ଡ୍‌ ପାର୍ଟନର ଶ୍ୟାମ ଅଗ୍ରଓ୍ବାଲ, ସନ୍ତୋଷ କୁମାର ସାହୁ, ନିବାସ ମହାପାତ୍ର ଏବଂ ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ଏହି ଅଭିଯାନ ୨୦୨୪ ଏପ୍ରିଲ ୨୦ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଜାରି ରହିବ। ବିଶେଷ କରି କମ୍ପାନୀର ୨ଟି ସ୍ବତନ୍ତ୍ର ଭ୍ୟାନ୍‌ରେ ବ୍ରାଣ୍ଡ୍‌ର କୁଲର ଏବଂ ଓ୍ବାଶିଂ ମେଶିନ ସୁଜ୍ଜିତ ହୋଇ ରହିଥିବାବେଳେ ଉକ୍ତ ଭ୍ୟାନ୍‌ ୩୦ ଦିନରେ ୩୦ ଜିଲାର ପ୍ରମୁଖ ବଜାର, ଜନଗହିଳପୂର୍ଣ୍ଣ ଅଞ୍ଚଳ ସହିତ କମ୍ପାନୀର ଡିଷ୍ଟ୍ରିବ୍ୟୁଟର୍ସ ଓ ରିଟେଲ ଆଉଟ୍‌ଲେଟ ଦେଇ ଅତିକ୍ରମ କରିବ। ଏପରିକି କମ୍ପାନୀର ଅଭିଜ୍ଞ କର୍ମଚାରୀମାନେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଇବା ସହ ଉତ୍ପାଦର ଗୁଣବତ୍ତା ଓ ସୁବିଧା ଆଦି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri