ଜେଏସ୍‌ଏଲ୍‌କୁ କର୍ପୋରେଟ୍‌ ଗଭର୍ନାନ୍ସ ଆୱାର୍ଡ

ଭୁବନେଶ୍ୱର,୨୩।୩: ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ‘କର୍ପୋରେଟ୍‌ ଗଭର୍ନାନ୍ସ ଆୱାର୍ଡ’ ଦିଆଯାଇଛି। ବିଶେଷ କରି ଶିଳ୍ପ ସଙ୍ଗଠନ ମଧ୍ୟରେ ସ୍ବଚ୍ଛ କାର୍ଯ୍ୟକଳାପକୁ ସମର୍ଥନ କରିବା ପାଇଁ ‘କର୍ପୋରେଟ ଗଭର୍ନାନ୍ସ’ ବର୍ଗରେ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ସମ୍ମାନଜନକ କର୍ପୋରେଟ ଗଭର୍ନାନ୍ସ ଏବଂ ସଷ୍ଟେନେବିଲିଟି ଭିଜନ ପୁରସ୍କାର-୨୦୨୪ରେ ଜେଏସ୍‌ଏଲ୍‌କୁ ସମ୍ମାନିତ କରାଯାଇଛି। ଏପରିକି କମ୍ପାନୀର ଫ୍ଲାଗ୍‌ଶିପ୍‌ ପଦକ୍ଷେପ ମାଧ୍ୟମରେ ଆଇସିସି ଏକ ସ୍ଥାୟୀ ଭବିଷ୍ୟତ ସୃଷ୍ଟି ଦିଗରେ ଉଦ୍ୟମ ପାଇଁ ଭାରତ ବ୍ୟବସାୟକୁ ସ୍ବୀକୃତି ଦେଇଛି।
ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏମ୍‌.ନାଗରାଜୁ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧ୍ୟ ନାଗରାଜୁ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ହେଡ୍‌ (ଏଲ୍‌ ଆଣ୍ଡ ସିଏସ୍‌) ନଭନିତ ରଘୁଭନସି କମ୍ପାନୀ ପକ୍ଷରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ହେଡ୍‌ (ଏଲ୍‌ ଆଣ୍ଡ ସିଏସ୍‌) ନଭନିତ ରଘୁଭନସି କହିଛନ୍ତି, ଏହି ସମ୍ମାନଜନକ ପୁରସ୍କାର ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏକ ସ୍ଥାୟୀ ବ୍ୟବସାୟ ଅଭ୍ୟାସ ପ୍ରତି ଆମର ପ୍ରତିବଦ୍ଧତାକୁ ସ୍ବୀକାର କରିଥିବାରୁ ଆମେ ଆଇସିସିକୁ ଧନ୍ୟବାଦ ଦେଉଛୁ। ସେହିଭଳି ଆମେ ବିଶ୍ୱାସ କରୁ ଯେ ଉତ୍ତମ ଶାସନ ହେଉଛି ଏକ ସଫଳ ଏବଂ ସ୍ଥାୟୀ ବ୍ୟବସାୟର ମୂଳଦୁଆ ଏବଂ ଆମର ସମସ୍ତ କାର୍ଯ୍ୟରେ ଅଖଣ୍ଡତା ଏବଂ ସ୍ବଚ୍ଛତାର ସର୍ବୋଚ୍ଚ ମାନ୍ୟତା ପାଇଁ ଆମେ ପ୍ରତିବଦ୍ଧ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?