୫ ବର୍ଷ ହେବ ପୂର୍ଣ୍ଣାଙ୍ଗ ହେଉନି କେନ୍ଦୁପାଟଣା ଡେଏରି

ନିଶ୍ଚିନ୍ତକୋଇଲି,୨୬।୧୧(ଅଶୋକ କୁମାର ମହାପାତ୍ର)ବେକାର ଯୁବତୀ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଓ ସେମାନଙ୍କର ଆର୍ଥତ୍କ ପରିସ୍ଥିତିକୁ ସୁଦୃଢ କରାଇବା ଉଦ୍ଦେଶ୍ୟରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନ କେନ୍ଦୁପାଟଣାଠାରେ ଏକ ଡେଏରି ପ୍ରତିଷ୍ଠା କରିବାକୁ ସରକାର ଯୋଜନା କରିଥିଲେ। ୨୦୧୯ ଫେବୃୟାରୀ ୧୭ରେ ଏହାର ଶିଳାନ୍ୟାସ କରାଯାଇଥିଲା। ଏଥପାଇଁ ସରକାର ୧୨କୋଟି ୪୯ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତକତ୍ାଳୀନ କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ତକତ୍ାଳୀନ କଟକ ଜିଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ବିଜେଡି ଏମ୍‌ପି ଅନୁଭବ ମହାନ୍ତି, ନରେନ୍ଦ୍ର ସ୍ବାଇଁଙ୍କ ସମେତ କଟକ ଜିଲାର ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ମାତ୍ର ଠିକାଦାରଙ୍କ ମନମୁଖି କାମ ଓ ଅତ୍ୟନ୍ତ ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା କାରଣରୁ ଅବଧି ଶେଷ ହେବାର ୩ ବର୍ଷ ପରେ ମଧ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। କେନ୍ଦ୍ର ସରକାର ଟେଣ୍ଡର ମାଧ୍ୟମରେ ଏହି ପକ୍ରଳ୍ପ ପାଇଁ ଠିକାଦାର ଚୟନ କରିଥିଲେ। ମାତ୍ର ସମ୍ପୃକ୍ତ ଠିକାଦାର ଅଟକଳ ଅନୁଯାୟୀ କାର୍ଯ୍ୟ କରି ନ ଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବା କଥା। ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲାବେଳେ କେବେଳ ଗୃହ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇସାରିଛି। ଏପର୍ଯ୍ୟନ୍ତ ପ୍ରକଳ୍ପରେ କୌଣସି ଯନ୍ତ୍ରାଂଶ ଲଗାଯାଇ ପାରିନାହିଁ। ଫଳରେ ନିର୍ମାଣ କାର୍ଯ୍ୟର ପୂର୍ଣ୍ଣାଙ୍ଗ ନେଇ ଅନିଶ୍ଚିତତା ପ୍ରକାଶ ପାଇଛି। ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଥିଲେ ଏଠାରେ ୩୦୦ରୁ ୪ଶହ ବେକାର ଯୁବତୀଯୁବକଙ୍କୁ ଆମତ୍ ନିଯୁକ୍ତି ଦିଆଯାଇ ପାରିଥାନ୍ତା। ମାତ୍ର ବିଳମ୍ବ କାରଣରୁ ଏହି ଆଶା ପାଣି ଫୋଟକା ପରି ମିଳାଇ ଯାଇଛି।
ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ପ୍ରାୟ ୫ ଏକର ଜମି ଯୋଗାଇ ଦେଇଥିଲେ। ଏହି ପ୍ରକଳ୍ପରେ ଦୁଗ୍ଧ ପ୍ୟାକେଟ ପ୍ରସ୍ତୁତ ହେବା ସହ ଆଇସକ୍ରିମ ମଧ୍ୟ ପ୍ରସ୍ତୁତ ହୋଇ ଅନ୍ୟତ୍ର ବିକ୍ରୟ ପାଇଁ ପଠାଯିବାକୁ ଯୋଜନା କରାଯାଇଥିଲା। ତେବେ କୋଭିଡ୍‌ ମହାମାରୀ ସମୟରେ ନିର୍ମାଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ସମୟରେ ପ୍ରକଳ୍ପରେ ବିନିଯୋଗ ହେବାକୁ ଥିବା ଯନ୍ତ୍ରାଂଶର ମୂଲ୍ୟ ଅହେତୁକ ବୃଦ୍ଧି ପାଇଥିଲା। ମୂଲ୍ୟବୃଦ୍ଧି ଯୋଗୁ ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ କୌଣସି ଯନ୍ତ୍ରାଂଶ କିଣାଯାଇ ପାରି ନଥିବା ବେଳେ ପୂର୍ଣ୍ଣାଙ୍ଗ ପାଇଁ ଆହୁରି ୫କୋଟି ଟଙ୍କାର ଆବଶ୍ୟକ ଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଅପରପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆନ୍ତରିକତା ଅଭାବ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପାରୁନାହିଁ ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ଏସମ୍ପର୍କରେ ବିଭାଗୀୟ ସହକାରୀ ଅଧିକାରୀ ସୁଧାଂଶୁ ଶେଖର ପଣ୍ଡାଙ୍କୁ ବାରମ୍ବାର କଲ୍‌ କରାଯାଇଥିଲେ ମଧ୍ୟ ସେ ନ ଉଠାଇବାରୁ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri