କେନ୍ଦୁପତ୍ର କ୍ରୟ ମାମଲା: ଏକାଠି ହେଲେ ତୋଳାଳି, କର୍ମଚାରୀ

କୋକସରା,୧୭।୪(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ବନାଞ୍ଚଳ ବିଜମରା କେନ୍ଦୁପତ୍ର ଫରେଷ୍ଟ ସେକ୍ସନରେ ରହିଥିବା ୧୪ଟି କେନ୍ଦୁପତ୍ର ଫଡ଼ି ବିରିମୁହାଣ, ଆମପାଣି, ରଏନଗୁଡା ବିଜମରା, ଧୋବେନଚଞ୍ଚରା, ଘଣ୍ଟିଗୁଡା, କୁଳେରଗୁଡା, ଗୋତୋମୁଣ୍ଡା, ପିପଲଝାପର, ଭାଲୁଚୁଆଁ, କନକପୁର,ପାଇକପଡା, ଜୟନ୍ତପୁର ଓ କନ୍ଦାଗଡ ଫଡ଼ିରେ ବିଗତ ୨/୩ ବର୍ଷ ହେବ ରାଜ୍ୟ ବାହାରର ବିଭିନ୍ନ ବେସରକାରୀ କମ୍ପାନୀ ସ୍ଥାନୀୟ କିଛି ନେତା ଓ ଦଲାଲଙ୍କୁ ହାତବାରିସୀ କରି ଗ୍ରାମସଭା ମାଧ୍ୟମରେ କେନ୍ଦୁପତ୍ର କ୍ରୟ ଆରମ୍ଭ କରିଛନ୍ତି। ଫଳରେ ୧୯୭୩ରୁ ସରକାରୀ ଭାବେ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ କାର୍ଯ୍ୟ କରୁଥିବା କେନ୍ଦୁପତ୍ର କ୍ରୟ କର୍ମଚାରୀ ଚେକର, ମୁନସି, ଚପରାଶି ଓ ତୋଳାଳୀମାନେ ଜୀବିକା ହରାଇବା ସହ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହେଉଛି।

ଏନେଇ ଲଡୁଗାଁ ରେଞ୍ଜ ବିଜମରା ସେକ୍ସନ କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ଶ୍ରମିକଙ୍କ ପକ୍ଷରୁ ତ୍ରିନାଥ ପୋଟାଙ୍କ ପରିଚାଳନାରେ କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡ଼ି କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ଶ୍ରମିକଙ୍କ ପକ୍ଷରୁ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଲଡୁଗାଁ କେନ୍ଦୁପତ୍ର ଡିଭିଜନର ରେଞ୍ଜର ରେବତୀକାନ୍ତ ନାଏକ, ବିଜମରା ଫରେଷ୍ଟର ହରିଶଙ୍କର ଧରୁଆ, ଜୟପାଟଣା ଫରେଷ୍ଟର ତ୍ରିଲୋକ୍ୟ ମାଝୀ, ରେଙ୍ଗାଳପାଲି ଫରେଷ୍ଟର ସୁଦାମ ଚରଣ ସାହୁ, ହେଡ ଚେକର ଦାମୋଦର ବିଶି, ସର୍କଲ ଚେକର ଅଲେଖ ନାଏକ, ତ୍ରିଭୁବନ ବଗର୍ତ୍ତି, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ଗୋତୋମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ, ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୂଝାରି, ମହିମା ସରପଞ୍ଚ ଇଶରାମ କୋଲଥିଆ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଉପସ୍ଥିତ ରହି କେନ୍ଦୁପତ୍ର ତୋଳାଳୀଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ ସହାୟତାର ଲାଭ ଉଠାଇବାକୁ ପରାମର୍ଶ ଦେବା ସହ ବେସରକାରୀ କମ୍ପାନିକୁ କେନ୍ଦୁପତ୍ର ବିକ୍ରି ନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନର ୧୪ ଫଡ଼ିରେ ନିୟୋଜିତ ରହିଥିବା ମୁନସି , ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀ ଶ୍ରମିକ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri