କେନ୍ଦୁପତ୍ର ସଂଗ୍ରହ ମୂଲ୍ୟବୃଦ୍ଧି, ଉପକୃତ ହେବେ ୮ ଲକ୍ଷ ତୋଳାଳି

ଭୁବନେଶ୍ୱର,୧୯।୪(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ର ସଂଗ୍ରହ ମୂଲ୍ୟବୃଦ୍ଧି କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହୋଇପାରିବେ। ଏପରି କି ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କ ୨୪୦ କୋଟି ଟଙ୍କା ଅଧିକ ରୋଜଗାର ପାଇପାରିବେ। ଏପରି କି ବୋନସ ଓ ବିଭିନ୍ନ ଭତ୍ତା ବାବଦକୁ ସରକାର ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାଦ୍ୱାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ଅନ୍ୟ କର୍ମଚାରୀ ଲାଭାନ୍ବିତ ହୋଇପାରିବେ।

ସୂଚନାଯୋଗ୍ୟ, ରାଜ୍ୟ ସରକାର କେନ୍ଦୁପତ୍ର ବ୍ୟବସାୟର ଲାଭକୁ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ କର୍ମଚାରୀଙ୍କ କଲ୍ୟାଣ ପାଇଁ ବିନିଯୋଗ କରୁଛନ୍ତି।