କେନ୍ଦୁଝରରେ ବିକ୍ରି ହେଉନି କେନ୍ଦୁ

କେନ୍ଦୁଝର, ୧୮ା୪(ସ୍ବ.ପ୍ର): ବଣପାହାଡ଼ ଘେରା କେନ୍ଦୁଝର ଜିଲାର ଅନ୍ୟତମ ମୁଖ୍ୟ ପାହାଡିଆ ଫଳ ମଧ୍ୟରେ କେନ୍ଦୁର ସ୍ଥାନ ନିଆରା। ଏହି ସୁସ୍ବାଦୁ ଫଳ କେନ୍ଦୁଝର ଜିଲାର ନାମକୁ ସାର୍ଥକ କରୁଛି। ଖରା ଦିନରେ ଜିଲାର ବିଭିନ୍ନ ଜଙ୍ଗଲ ପାହାଡ଼ିଆ ଅଞ୍ଚଳ ତଥା ବିଲ ଖମାରରେ କେନ୍ଦୁ ପାଚିଥାଏ। କେନ୍ଦୁ ପ୍ରାକୃତିକ ପରିବେଶରେ ବଢୁଥିବାରୁ ଦେହ ପକ୍ଷେ ସ୍ବାସ୍ଥ୍ୟକର ବୋଲି କବିରାଜ ମାନେ ମତବ୍ୟକ୍ତ କରିଛନ୍ତି। କିନ୍ତୁ ଆଜିକାଲି ଏହି ଫଳ ଦୁର୍ଲଭ।
ଏବେ ଗ୍ରାମାଞ୍ଚଳ ହାଟବଜାର ଠାରୁ ଆରମ୍ଭ କରି ସହରାଞ୍ଚଳରେ ମଧ୍ୟ କେନ୍ଦୁ ବିକ୍ରି ହେଉଛି। ବନବାସୀ ଜଙ୍ଗଲ ଓ ପାହାଡରୁ କେନ୍ଦୁ ତୋଳି ପାଛିଆ, ବ୍ୟାଗରେ ଆଣି ପାଖ ହାଟବଜାରରେ ବିକ୍ରି କରିଥାନ୍ତି ା ଭାଗ ୨୦ ଟଙ୍କା। କିନ୍ତୁ କେନ୍ଦୁର ସ୍ବତନ୍ତ୍ର ବଜାର ବ୍ୟବସ୍ଥା ନ ଥିବା ବେଳେ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର କିମ୍ବା ଗୋଦାମ ଘର ନାହିଁ ା ଏଣୁ ଅନେକ ସମୟରେ ବନବାସୀ ପ୍ରବଳ ଖରାରେ ରାସ୍ତାକଡ଼ରେ ଘଣ୍ଟା ଘଣ୍ଟା ବସି ବିକିବାକୁ ବାଧ୍ୟ ହୋଇଥାନ୍ତି। କେନ୍ଦୁ ବିକି ନ ପାରିଲେ ସେସବୁ ବହୁ କମ ଦାମରେ ବେପାରୀଙ୍କୁ ବିକିଥାନ୍ତି ବା ବାହାରେ ଫୋପାଡି ଘରକୁ ଫେରିଥାନ୍ତି। ଫଳରେ ପରିଶ୍ରମ ମୁତାବକ ପଇସା ପାଆନ୍ତି ନାହିଁ। ଅନେକ ସମୟରେ ଗାଡିଭଡା ବା ଖାଇବା ଖର୍ଚ୍ଚ ମଧ୍ୟ ପାଆନ୍ତି ନାହିଁ। କେନ୍ଦୁଝର କେନ୍ଦୁ ରାଜ୍ୟ ତଥା ରାଜ୍ୟ ବହାରର ବିଭିନ୍ନ ସହରକୁ ଚାଲାଣ ହୋଇଥାଏ ା ଏଣୁ ଏହାକୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଗଲେ ଏହାର ଚାହିଦା ବୃଦ୍ଧି ପାଇବା ସହ ବନବାସୀମାନେ ଉଚିତ ମୂଲ୍ୟ ପାଇପାରିବେ ବୋଲି ବରିଷ୍ଠ ଅଧ୍ୟାପକ ଡକ୍ଟର ସୁମନ୍ତ୍ର ନାଏକ କହିଛନ୍ତି। କେନ୍ଦୁଝର ଜିଲାର ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଅଞ୍ଚଳରେ କେନ୍ଦୁ ଗଛ ରହିଛି ା ଜଳବାୟୁରେ ପରିବର୍ତ୍ତନ, ଜଙ୍ଗଲରେ ନିଆଁ ଏବଂ ମୃତ୍ତିକାକ୍ଷୟ ଆଦି କାରଣରୁ ଏହାର ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହାର ବନୀକରଣ ହେଉନାହିଁ ା ସେସବୁ ସୁରକ୍ଷା କରା ନ ଗଲେ ଧୀରେ ଧୀରେ ଜଙ୍ଗଲଜାତ ଦ୍ରବ୍ୟ ଲୋପ ପାଇଯିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri