କେନ୍ଦ୍ରାପଡ଼ା କୁଜି ମେଣ୍ଢା ସଂରକ୍ଷଣରେ ଅଣଦେଖା

କେନ୍ଦ୍ରାପଡ଼ା ଅଫିସ,୭ା୪: କେନ୍ଦ୍ରାପଡ଼ା ଜିଲାର କୁଜି ମେଣ୍ଢାଙ୍କୁ ଦ୍ରୁତଗତିରେ ସନ୍ତାନ ଉତ୍ପାଦ କ୍ଷମତା ପାଇଁ ଜାତୀୟସ୍ତରରେ ମାନ୍ୟତା ମିଳିଛି। ଫେକବି ଜିନ୍‌ ଥିବା ଏହି ଗୃହପାଳିତ ପଶୁର ସଂରକ୍ଷଣ ସହ ଉଚ୍ଚତର ଗବେଷଣା ଆବଶ୍ୟକ। କେନ୍ଦ୍ରାପଡ଼ା ମେଣ୍ଢା ଜାତୀୟସ୍ତରରେ ୨୦୧୬ରୁ ମାନ୍ୟତା ପାଇଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳ ନୁହନ୍ତି। ସଂରକ୍ଷଣ ଓ ଗବେଷଣା ପାଇଁ ଜାତୀୟସ୍ତରର ମାନ୍ୟତାପ୍ରାପ୍ତ ବିଞ୍ଝାରପୁରୀ ଗାଈ ଓ ବାଛୁରୀଙ୍କୁ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ପ୍ରାଣୀ ସମ୍ପଦ ବିଭାଗକୁ ନିଆଯାଇଥିବା ବେଳେ କେନ୍ଦ୍ରାପଡ଼ା ମେଣ୍ଢା ପ୍ରତି ଅଣଦେଖା କରାଯାଇଛି। ଅପରପକ୍ଷରେ ୨୦୨୧ ଓ ୨୦୨୩ରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ୬୦ରୁ ଊର୍ଦ୍ଧ୍ୱ ମେଣ୍ଢାଙ୍କ ଜୀବନ ଯାଇଥିଲେ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। ସେହିପରି ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ ଚାରଣଭୂମି ଏବେ ଜବରଦଖଲକୁ ଚାଲିଯାଉଛି। ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବାରୁ କୁଜିମେଣ୍ଢା ଜିଲା ଅର୍ଥନୀତିରେ ସାମିଲ ହୋଇ ପାରୁ ନ ଥିବା ସ୍ଥାନୀୟ ଜିଲାର ଚାଷୀ, ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସମ୍ପର୍କରେ କଂସାର ଗ୍ରାମର ମେଣ୍ଢା ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତି, ଗ୍ରାମ୍ୟ ଅର୍ଥନୀତିରେ ଛେଳି, ମେଣ୍ଢା, ଗାଈ, କୁକୁଡା ଆଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିପଦଆପଦ ସମୟରେ ଏହି ପଶୁପକ୍ଷୀ ସାହା ହୋଇଥା’ନ୍ତି। ଏଥିମଧ୍ୟରୁ ମେଣ୍ଢାଚାଷ ଲାଭଦାୟକ। ତେବେ ସରକାରୀ ପ୍ରୋତ୍ସାହନ ତୃଣମୂଳସ୍ତରରେ ପହଞ୍ଚତ୍ ପାରୁନି। ସେହିପରି ଗ୍ରାମାଞ୍ଚଳରେ ପାଳିତ ମେଣ୍ଢାଙ୍କ ବୀମା ନ ଥିବାରୁ ଦୁର୍ଘଟଣାଜନିତ ମୃତ୍ୟୁରେ କ୍ଷତିପୂରଣ ମିଳୁନାହିଁ। ୨୦୨୧ରେ ଡେରାବିଶ ବ୍ଲକ ପରେ ଗତ ସପ୍ତାହରେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୪୩ଟି ମେଣ୍ଢା ଅଜଣା ଜନ୍ତୁର ଶିକାର ହୋଇଛନ୍ତି। ଜିଲାରେ ଏ ପର୍ଯ୍ୟନ୍ତ ୬୦ରୁ ଊର୍ଦ୍ଧ୍ୱ ମେଣ୍ଢା ମୃତ୍ୟୁ କ୍ଷେତ୍ରରେ କ୍ଷତିପୂରଣ ମିଳି ନ ଥିବା ବେଳେ ଚାରଣଭୂମିର ସମସ୍ୟା ଦେଖାଦେଇଛି। ମେଣ୍ଢାଚାଷ ପାଇଁ ସହଜରେ ବ୍ୟାଙ୍କ ଋଣ ଓ ଚିକିତ୍ସା ସୁବିଧା ମିଳୁ ନ ଥିବା ଚାଷୀ ପରିଡ଼ା କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ପ୍ରସନ୍ନ କୁମାର ଧଳ କହିଛନ୍ତି, ପ୍ରାଣୀଧନ ବିକାଶ ପାଇଁ କେନ୍ଦ୍ରର ରାଷ୍ଟ୍ରୀୟ କୃଷି ଯୋଜନା ଓ ରାଜ୍ୟ କୃଷି ବିଭାଗର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। କେନ୍ଦ୍ରାପଡ଼ା ଜିଲାରେ ଏହା କାଗଜପତ୍ରରେ ସୀମିତ ହୋଇଛି। ପ୍ରତିବର୍ଷ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୦୦ ଗଣନା ଅନୁଯାୟୀ ଜିଲାରେ ମୋଟ ୧୪,୮୮୫ ମେଣ୍ଢା ଥିବାବେଳେ ଏବେ ପ୍ରାୟ ୧୨% ହ୍ରାସ ପାଇଛି। ମହାବାତ୍ୟା ପରେ ଜିଲା ଅର୍ଥନୀତି କୃଷି ଉପରେ ନିର୍ଭରଶୀଳ। ପ୍ରାୟ ୬୯% ଚାଷକୁ ଆଦରି ଥିବା ବେଳେ ୪୭% କ୍ଷେତ ଓ ଗୃହପାଳିତ ପଶୁପକ୍ଷୀଙ୍କ ଉପରେ ଭରସା ରଖିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ତୃଣମୂଳ ଚାଷୀଙ୍କ ତାଲିମ, ଋଣ, ବଜାର, ମଣ୍ଡି ଆଦି ବ୍ୟବସ୍ଥା କରିପାରିଲେ ମେଣ୍ଢା ଚାଷ ଜିଲାର ଅର୍ଥନୀତିରେ ସହଯୋଗୀ ହୋଇପାରିବ। ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଦେବୀପ୍ରସାଦ ସାହୁ କହିଛନ୍ତି, ୨୦୧୬ରେ କେନ୍ଦ୍ରାପଡ଼ା ମେଣ୍ଢାକୁ ପଶ୍ଚିମବଙ୍ଗର ଗାରୋଲ ମେଣ୍ଢା ପରେ ଫେକବି ଜିନ ଥିବା ଜଣାପଡିଥିଲା। ଏହାପରେ କେନ୍ଦ୍ରାପଡ଼ା କୁଜିମେଣ୍ଢାର ପରିଚୟ ଜାତୀୟସ୍ତରରେ ମିଳିଛି। ଏହି ଜିନ ଯୋଗୁ ଏକକାଳୀନ ୩ରୁ ୪ଟି ସନ୍ତାନ ମିଳିଥାଏ। ଏ ପ୍ରକାର ମେଣ୍ଢା ପ୍ରାୟ ୧୫ ମାସ ମଧ୍ୟରେ ସନ୍ତାନ ଉପତ୍ାଦନ କ୍ଷମତା ହାସଲ କରିଥିବା ବେଳେ ୧୫୦ ଦିନରେ ଛୁଆ ଜନ୍ମ କରିଥାନ୍ତି। ମେଣ୍ଢାଙ୍କ ମାଂସ, ଚମଡ଼ା, ଲୋମ ସହ ହାଡ଼କୁ ବିଭିନ୍ନ ଭାବରେ ଉପଯୋଗ କରାଯାଇଥାଏ। ପ୍ରାପ୍ତ ବୟସ୍କଙ୍କ ଓଜନ ପ୍ରାୟ ୩୦ କେଜି ହୋଇଥିବାରୁ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳାଇବାରେ ସକ୍ଷମ ହୋଇଥାଏ। କୁଜି ମେଣ୍ଢାର ସଂରକ୍ଷଣ ଓ ପ୍ରୋତ୍ସାହନ ସମ୍ପର୍କରେ ସିଡିଭିଓ ଡା. ଦୀପ୍ତି ମହାପାତ୍ରଙ୍କୁ ପଚାରିବାରେ ଜିଲାର କୁଜି ମେଣ୍ଢା ପ୍ରଜାତିକୁ ଜାତୀୟ ମାନ୍ୟତା ମିଳିଛି। ତେବେ ଏହି ପ୍ରଜାତି ସଂରକ୍ଷଣ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ଅଦ୍ୟାବଧି ନାହିଁ। ଗୃହପାଳିତ ପଶୁପକ୍ଷୀଙ୍କ ପାଳନ କ୍ଷେତ୍ରରେ ପ୍ରୋତ୍ସାହନ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏଥିରେ ବହୁ ଚାଷୀ ସାମିଲ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri