ଅନ୍ତଃ କନ୍ଦଳରେ ବୁଡ଼ି ରହିଛି ଭାଜପା

ପଟ୍ଟାମୁଣ୍ଡାଇ ୩୦ା୩ ( କଳ୍ପତରୁ ନାୟକ): ନିର୍ବାଚନ କମିଶନର ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ହେବା ସହ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହୋଇଥିଲା। ପରେ ମେଣ୍ଟ ସମ୍ଭାବନା ମଉଳିଯିବାରେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କଲେ। ଏପରି କି ଭାଜପା ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକାରେ ୧୮ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏହାପରଠାରୁ ଦଳ ଆଉ ବାକି ୩ ଲୋକ ସଭା ଆସନ ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। କେନ୍ଦ୍ରାପଡ଼ା ଲୋକ ସଭା ଆସନ ପାଇଁ ପୁଣି ବୈଜୟନ୍ତ ପଣ୍ଡାଙ୍କୁ ଭାଜପା ପ୍ରାର୍ଥୀ କରିଛି। ବିଜେଡି ବୁଧବାର ନିଜର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଜଣ ସାଂସଦ ଓ ୭୨ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଲୋକ ସଭା ଆସନ ପାଇଁ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାନସଭା ଆସନ ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନାମ ଘୋଷଣା କରାଯାଇଛି। ଏହାକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହେବା ସହ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଜେଡି ପ୍ରାର୍ଥୀମାନେ ଏବେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି। ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା ପଛରେ ପଡ଼ିଥିବାରୁ ଆଶାୟୀମାନଙ୍କ ନିଦ ହଜିଯାଇଛି। ଦଳ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ମଧ୍ୟ ଆଶାୟୀ ଓ କର୍ମୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ନିର୍ବାଚନରେ ଭାଜପା ଆଶାୟୀ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ଅଲେଖ ଜେନା ୨୦୦୯ରେ ବିଧାୟକ ଥାଇ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟକୁ ପାଥେୟ କରି ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଛାତ୍ର ଜୀବନରୁ ସମାଜସେବାରେ ନିଜକୁ ଜଡ଼ିତ ରଖି ଅଞ୍ଚଳର ମାଟିର ପୁଅ ଭାବେ ନିଜକୁ ଅଭିହିତ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ସାଧାରଣ ଲୋକଙ୍କ ପାଇଁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ବାଟମାରଣା ବିଷୟରେ ସେ ଲୋକଙ୍କୁ ଅବଗତ କରାଉଛନ୍ତି। ଏଥିସହ ବିକଶିତ ରାଜନଗର ଗଠନ ତାଙ୍କର ସ୍ବପ୍ନ ବୋଲି ସେ କହିଛନ୍ତି। ସେହିପରି ଶଶିକାନ୍ତ ସ୍ବାଇଁ ରାଜନଗର ନିର୍ବଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପହଞ୍ଚତ୍ ବିପନ୍ନଙ୍କୁ ସହାୟତା କରିବା ଭଳି ବିଭିନ୍ନ କାର୍ଯ୍ୟ ଜାରି ରଖିଛନ୍ତି। ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶକରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହ ଜଡିତ ଥାଇ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ୨୦୧୪ ପଞ୍ଚାୟତ ନିର୍ବାଚନରେ ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିବା ବେଳେ ୨୦୨୨ ପୌର ନିର୍ବାଚନରେ ଭାଜପାରୁ ପଟ୍ଟାମୁଣ୍ଡାଇ ଅଧ୍ୟକ୍ଷ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ନିର୍ବାଚନମଣ୍ଡଳୀରେ ଜଳସେଚନ, ଗୋବରୀ ନଦୀ ପୁନରୁଦ୍ଧାର, ଉଠାଦୋକାନୀଙ୍କୁ ଥଇଥାନ, ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ସ୍ବାସ୍ଥ୍ୟ କର୍ମଚାରୀ ଓ ଡାକ୍ତରଙ୍କ ପଦବୀ ପୂରଣ, ପୌରାଞ୍ଚଳରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ବର ଉଠାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚତ୍ତ ହୋଇଥିବା ନେଇ ଶଶିକାନ୍ତଙ୍କ ନେତୃତ୍ୱରେ ଭାଜପା ପକ୍ଷରୁ ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯାଇଥିଲା। ଆଶାୟୀ ପ୍ରାର୍ଥୀ ଭାବେ ଶଶିକାନ୍ତଙ୍କ ନାମ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ସେହିପରି ‘ମନ୍‌ କି ବାତ୍‌’ ଜିଲା ସଂଯୋଜକ ଅଜୟ କୁମାର ବେହେରା ନିର୍ବାଚନମଣ୍ଡଳୀରେ ଦଳୀୟ ସମାବେଶ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ସୁଶାସନର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ସେ ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅଂଶଗ୍ରହଣ କରିଥିଲେ। ସେ ୨୦୨୪ ନିର୍ବାଚନ ଦଳୀୟ ଟିକେଟ ଦାବିଦାର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସେହିଭଳି ରାଜନଗର ଭାଜପାରୁ ଜ୍ଞାନଦେବ ବେହୁରା, ରଶ୍ମିରଞ୍ଜନ ପ୍ରଧାନ, ସମୀର ପାତ୍ର ପ୍ରମୁଖ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି। ତେବେ ଏଠାରେ ଭାଜପାରେ ଥିବା ଅନ୍ତଃ କନ୍ଦଳ ଦଳକୁ ଅଡୁଆରେ ପକାଇବ। ସେହିପରି ରାଜନଗରରେ କଂଗ୍ରେସ ନେତା ଶୂନ୍ୟ ହୋଇପଡ଼ିଥିବା ବେଳେ ଏହି ବିଧାନସଭାରେ ଦାୟିତ୍ୱ କାହାକୁ ହସ୍ତାନ୍ତର କରିବେ ବୋଲି ବିଚାରବିମର୍ଶ ଚାଲିଛି। ତେବେ ଯୁବନେତା ସମ୍ରାଟ ଜେନା ଏଥିପାଇଁ ଯୋଗ୍ୟ ବୋଲି ଆଲୋଚନା ହେଉଥିବା ବେଳେ ଅନ୍ୟତମ ଆଶାୟୀ ଭାବେ ପୂର୍ବତନ ମହିଳା ସଭାନେତ୍ରୀ ସ୍ନେହଲତା ରାୟ ଓ ପୂର୍ବତନ ଜିଲା ଯୁବ ସଭାପତି ସତ୍ୟପ୍ରିୟ ସାମଲ କଂଗ୍ରେସ ଟିକେଟ ପାଇଁ ଏଆଇସିସିକୁ ଦରଖାସ୍ତ କରିଛନ୍ତି। ଏହି ପରିପେକ୍ଷୀରେ ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡିକୁ ମୁକାବିଲା କରିବାରେ ଅନ୍ତଃ କନ୍ଦଳରେ ବୁଡିରହିଥିବା ଭାଜପା ନା ନେତା ଶୂନ୍ୟ କଂଗ୍ରେସ ସମକ୍ଷ ହେବେ ବୋଲି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri