ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ ଅନିୟମିତତା ପାଇଁ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

ଏନେଇ ଅର୍ଡର ନମ୍ବର 11233 / 19-9-2026 ମାମରେ ଡିଇଓ ନିର୍ଦ୍ଦେଶ ଜାରି କରିଛନ୍ତି । ସୂଚନା ଅନୁସାରେ, ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିବା ସମୟରେ ପ୍ରଧାନ ବିଭାଗୀୟ କାର୍ଯ୍ୟରେ ବିଭିନ୍ନ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ପରେ ପ୍ରଧାନଙ୍କୁ ବିଭାଗ ପକ୍ଷରୁ ଡେରାବିଶ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ହେଲେ ଅଭିଯୋଗକୁ ଭିତ୍ତି କରି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ହେଲେ ପ୍ରଧାନ ଏସମ୍ପର୍କରେ କୈାଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ନିଲମ୍ବନ ଆଦେଶ ପାଇବା ମାତ୍ରେ ମହାକାଳପଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାଜିରା ଦେବା ପାଇଁ ପ୍ରଧାନଙ୍କୁ ଡିଓଉ ବାରିକ ଚିଠି ମାମରେ ନିର୍ଦ୍ଦେଶ ଦେଇଛନ୍ତି।

 

Dharitri – Odisha’s No.1 Odia Daily

Share